ସୁପର କମ୍ପ୍ୟୁଟର ‘ପରମ ରୁଦ୍ର’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଚୁଟକିରେ କରିବ ୫ ଶହ ବର୍ଷର କାଲକ୍ୟୁଲେଶନ


ନୂଆଦିଲ୍ଲୀ: ସୁପର କମ୍ପ୍ୟୁଟର ପରମ ରୁଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାତ୍ର କିଛି ମିନିଟରେ ହୋଇ ପାରିବ ୫ ଶହ ବର୍ଷର କାଲକୁଲେସନ୍ । ସାଧାରଣ କମ୍ପ୍ୟୁଟରଠାରୁ ହଜାରେ ଗୁଣା ସ୍ପିଡରେ କାମ କରିବ ଏହି ପରମ ରୁଦ୍ର ସୁପର କମ୍ପ୍ୟୁଟର । ଦେଶ ଉଦ୍ଦେଶ୍ୟରେ ଏଭଳି ୩ଟି ସୁପର କମ୍ପ୍ୟୁଟରକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମହାଦେବଙ୍କ ରୁଦ୍ର ଅବତାର ନାଁରେ ଏହାର ନାମକରଣ କରାଯାଇଛି । ଦେଶ ପାଇଁ ଏହି ସୁପର କମ୍ପ୍ୟୁଟରର ଉପଲବ୍ଧି ମାଇଲଷ୍ଟୋନ୍ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନ୍ୟାସନାଲ ସୁପର କମ୍ପ୍ୟୁଟିଙ୍ଗ ମିଶନ ଅନ୍ତର୍ଗତ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି ୩ଟି ସୁପର କମ୍ପ୍ୟୁଟର । ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୦ କୋଟି । ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯିବ । ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ୱାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହି ସୁପର କମ୍ପ୍ୟୁଟର ସହଯୋଗ କରିବ । ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ‘ପରମ ରୁଦ୍ର’ ।