ବୀରମହାରାଜପୁର କଲେଜ ରାଜନୀତି ବିଜ୍ଞାନ ବିଭାଗର ନୂତନ କକ୍ଷ ଓ ପ୍ରାଚୀର ପତ୍ର ଉଦଘାଟିତ


ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ନୂତନ କକ୍ଷ ଆଜି ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ , ବିଭାଗ ମୁଖ୍ୟ ଶିବ କୁମାର ପୁରୋହିତ, ଅଧ୍ୟାପକ ନରେନ୍ଦ୍ର ଝା ଓ ଅଧ୍ୟାପକ ସ୍ମୃତିରଞ୍ଜନ ଭରାସାଗର ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ବିଭାଗର ପ୍ରାଚୀର ପତ୍ର – ପଲିଟିକସ୍ ଅଧ୍ୟକ୍ଷଙ୍କ ଦ୍ବାରା ଉଦଘାଟିତ ହୋଇଥିଲା । ପରେ ଅଧ୍ୟକ୍ଷ ଡ. ପାଢୀଙ୍କ ସଭାପତିତ୍ବରେ ଓ ଅଧ୍ୟାପକ ଶ୍ରୀ ଝାଙ୍କ ସଂଯୋଜନାରେ ମାନବିକ ଅଧିକାର ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରିୟଙ୍କା ପଧାନ , ଅଙ୍କିତା ପୁରୋହିତ , ଅଙ୍କିତା ପାଣିଗ୍ରାହୀ , ବିମଳ କୁମାର କୁମ୍ଭାର , ଜୋର୍ତିମୟୀ ସାହୁ ଓ ଝରଣା ମହାକୁର ପ୍ରମୁଖ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଭାଗ ମୁଖ୍ୟ ଶ୍ରୀ ପୁରୋହିତ ବିଷୟ ଭିତ୍ତିକ ବକ୍ତବ୍ଯ ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ଭରାସାଗର ଧନ୍ୟବାଦ ଅର୍ପଣ କରିଥିଲେ ।