Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ମେଟାକାନୀ ମନ୍ଦୀରରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଁ ମେଟାକାନୀ ମନ୍ଦିର ରେ ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଉଲୁଣ୍ଡା ବ୍ଳକ ପ୍ରଶାସନ ତଥା ସୋନପୁର ନେହେରୁ ଯୁବ କେନ୍ଦ୍ର ତରଫରୁ ଆଜି ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ତହସିଲଦାର ପ୍ରଶାନ୍ତ କୁମାର ମହାରଣା ଯୋଗ ଦେଇ ସ୍ଵଚ୍ଛତା ହିଁ ସେବା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ସାମୁହିକ ଶପଥପାଠ କରାଯାଇଥିଲା । ଏଥିରେ ବଣିକ ସମାଜ , ଯୁବ ଗୋଷ୍ଠୀ , ମହିଳା ସ୍ବେଚ୍ଛାସେବୀ ସଂଗଠନ ସ୍ଵଚ୍ଛତା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ଭୋଇ ପରିଚାଳନା କରିଥିବା ବେଳେ ଯୁବ ସ୍ଵେଚ୍ଛାସେବୀ ଶମ୍ଭୁରାଜ କର୍ଣ୍ଣ ଧନ୍ୟବାଦ ଅର୍ପଣ ଦେଇଥିଲେ।