Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାପଥର ସତ୍ୟବାଦୀ ବିଦ୍ୟାପୀଠ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କଳାପଥର ସତ୍ୟବାଦୀ ବିଦ୍ୟାପୀଠରେ ସୁରଭି କାର୍ଯ୍ୟକ୍ରମ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର କ୍ଲଷ୍ଟର ର ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ସତ୍ୟବାଦୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ସି ଆର ସିସି ରଞ୍ଜନ କୁମାର ଜଗଦଲା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପୁଝାରୀ ସଭାପତିତ୍ୱ କରିଥିଲେ I ଅନୁଷ୍ଠିତ ଉଦଘାଟନୀ ସଭାରେ କଳାପଥର ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟ ସ୍ତରରୁ ଆମ ଲୋକକଳା ଓ ଲୋକ ସଂସ୍କୃତି ର ବିକାଶ କରାଯାଇପାରିବ ଏବଂ ଏଥିରେ ଛାତ୍ରଛାତ୍ରୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ତାଙ୍କର ବକ୍ତବ୍ୟ ରେ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ l ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଗଡତିଆ ଯୋଗ ଦେଇ ଓଡିଶାର ସଂସ୍କୃତି ଏହାର ଲୋକକଳା ଦ୍ୱାରା ହିଁ ଜୀବନ୍ୟାସ ପାଏ ବୋଲି ବୁଝାଇଥିଲେ ଓ ଏହା ଛାତ୍ର ଜୀବନ ରେ କିପରି ପ୍ରସ୍ଫୁଟିତ କରିବା ବୁଝାଇଥିଲେ I ସମ୍ମାନିତ ଅତିଥି ଭାବେ ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଘ୍ନରାଜ କମ୍ପ ଯୋଗ ଦେଇଥିଲେ l ଉଦଘାଟନୀ ସଭାକୁ ସି ଆର ସିସି ଶ୍ରୀ ଜଗଦଲା ପରିଚାଳନା କରିଥିବା ବେଳେ ଶିକ୍ଷକ ତ୍ରିପୁରାରୀ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କଳାପଥର କ୍ଲଷ୍ଟରର 9 ଟି ବିଦ୍ୟାଳୟ ରୁ 180 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ସେହିପରି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅଧ୍ୟାପକ ତଥା ଲୋକପ୍ରିୟ ଯାଦୁଗର ଉଦ୍ଧବ ପଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ତାଙ୍କର ଯାଦୁକଳା ମାଧ୍ୟମ ରେ ଲୋକକଳା କୁ କିପରି ଉଦ୍ଜୀବିତ କରାଯାଇପାରିବ ତାହା ବୁଝାଇଥିଲେ ଏବଂ ଛାତ୍ରଛାତ୍ରୀ ଙ୍କ ମନରଞ୍ଜନ ସକାଶେ ଯାଦୁକଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l