Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଟେସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଆଞ୍ଚଳିକ ସାଧନା କେନ୍ଦ୍ରର କ୍ଲଷ୍ଟର ପ୍ତରୀୟ ସୁରଭି କାର୍ଯ୍ୟକ୍ରମ ଜଟେସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନା ସଂଯୋଜକ ପ୍ରଶାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଯୋଗଦେଇଥିଲେ I ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶିଲ ପରିଡ଼ା , ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋପିନାଥ ଚାନ୍ଦ ମଞ୍ଚାସୀନ ଥିଲେ । କ୍ଲଷ୍ଟର ଅନ୍ତର୍ଗତ ୮ ଟି ସ୍କୁଲରୁ ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚିତ୍ରାଙ୍କନ, ହସ୍ତାକ୍ଷର , ଶୃତଲିଖନ , ପ୍ରବନ୍ଧ , ସଙ୍ଗୀତ, ଶିଳ୍ପକଳା , ବକ୍ତୃତା , କୁଇଜ୍ , ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନା କେନ୍ଦ୍ରର କ୍ଲଷ୍ଟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ର ସଭ୍ୟ ସଭ୍ୟା ସହଯୋଗ କରିଥିଲେ । ସେହିପରି ବ୍ଲକ ଅନ୍ତର୍ଗତ ଉଫୁଳା , ସଂଗ୍ରାମପୁର , ଚକାବର , ପିତାମହୁଲ , ସୁବଳୟା , ମର୍ଷୁଣ୍ଢୀ , ଟିକିରାପଡ଼ା ଆଦି ସ୍କୁଲ ମାନଙ୍କରେ ମଧ୍ୟ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।