ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ହିନ୍ଧୁ ପରିଷଦ ଓ ବଜରଙ୍ଗ ଦଳ ର ପ୍ରଖଣ୍ଡ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ RSS ର ଖଣ୍ଡ କାର୍ଯ୍ୟବାହ ବିଭୁତି ଭୂଷଣ କୁଦେ ଇ ପ୍ରାନ୍ତ ଧର୍ମ ପ୍ରସାର ପ୍ରମୁଖ ଦିଲ୍ଲୀପ ମେହେର , ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗଣପତି ପାଢ଼ି , କାର୍ଯ୍ୟକାରୀ ସଭାପତି ନୀଳାମ୍ବର ହୋତା , ସମ୍ପାଦକ ଗଣେଶ ଭାଇ , ବଜରଙ୍ଗ ଦଳର ବିଭାଗ ସଂଯୋଜକ ଜିତୁ ବଡ଼ମାଳି , ପ୍ରଖଣ୍ଡ ସଭାପତି ଦୁର୍ଯୋଧନ ମେହେର , ସମ୍ପାଦକ ତ୍ରିନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସତସଙ୍ଗ ପ୍ରମୁଖ ରାକେଶ କୁମାର ବାରିକ ବକ୍ତା ଭାବେ ବୈଠକ କୁ ଆଗେଇ ନେଇଥିଲେ । ଏହି ବୈଠକ ରେ ବିଶ୍ୱ ହିନ୍ଦୁ ପରିଷଦ ର ଇତିହାସ , କାର୍ଯ୍ୟ , ଲକ୍ଷ୍ୟ ସହିତ ଭାରତୀୟ ସଭ୍ୟତା , ସଂସ୍କୃତି କୁ ନଷ୍ଟ କରିବା ପାଇଁ ବିରୋଧୀ ତତ୍ତ୍ୱ ର କୁଟିଳ ଚକ୍ରାନ୍ତ, ଗଣେଷ ଭଗବାନ ଉପରକୁ ଆକ୍ରମଣ , ପାକିସ୍ତାନ ଜିନ୍ଦାବାଦ ର ଦେଶ ବିରୋଧୀ ନାରା , ବାଂଲାଦେଶୀ ରୋହିଙ୍ଗିଆ ଙ୍କ ଅନୁପ୍ରବେଶ ଇତ୍ୟାଦି ର ଚର୍ଚ୍ଚା କରିବା ସହିତ ସଂଗଠନ କୁ କିପରି ସୁଦୃଢ କରାଯିବ ସେହି ସମ୍ବନ୍ଧ ରେ ଆଲୋଚନା କରାଯାଇଥିଲା l