ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ସରକାରଙ୍କ ଛାତ୍ର ମାନଙ୍କ ଏକକ ପରିଚୟ ପତ୍ର ଅପାର କାର୍ଡ ବିଷୟରେ ରେ ଅଭିଭାବକ ମାନଂକ ସମ୍ମତି ନିମନ୍ତେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ଯକ୍ରମରେ ବରିଷ୍ଠ ଅଧ୍ୟାପିକା ପଦ୍ମିନୀ ପୁରୋହିତ ଏବଂ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ଅପାର ର ଉପଯୋଗୀତା ଏବଂ ଆବେଦନ ପ୍ରଣାଳୀ ଉପରେ ଅଭିଭାବକ ତଥା ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ I ଅପାର କାର୍ଡ ସବୁ ଛାତ୍ର ଛତ୍ରୀ ମାନଂକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମତପ୍ରକାଶ ପାଇଥିଲା I ସଭା ର ପ୍ରାରମ୍ଭ ରେ ଅଧ୍ୟାପିକା ସନ୍ତୋଷିନୀ ନାୟକ ଅତିଥି ପରିଚୟ ପ୍ରଦାନ ପୂର୍ବକ ସମସ୍ତ ଅଭିଭାବକ ମାନଂକୁ ସ୍ୱାଗତ କରିଥିଲେ l ଶେଷରେ ଅଧ୍ୟାପିକା ଗୀତାଞ୍ଜଳି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ସମ୍ମିଳନୀ ରେ ପ୍ରାୟ ୧୦୦ ରୁ ଉର୍ଧ୍ଵ ଅଭିଭାବକ ତଥା ପିତାମାତା ଯୋଗଦାନ କରି ଅପାର କାର୍ଡ ପାଇଁ ସମ୍ମତି ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟପିକା ତଥା କର୍ମଚାରୀ ଏବଂ ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ. l