Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଗବର ମେଗା ଉଠାଜଳସେଚନ ପ୍ରକଳ୍ପ ର ସ୍ଥିତି ପରଖିଲେ ବୀରମହାରାଜପୁର ବିଧାୟକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଗବର ମେଗା ଲିପ୍ଟ ପଏଣ୍ଟ ରେ ଥିବା ବିଭିନ୍ନ ସମସ୍ୟା ନେଇ ସୋମବାର ବୀରମହାରାଜପୁର ବିଧାୟକ ପ୍ରକଳ୍ପ ସ୍ଥିତି ପରଖି ଚାଷୀ ଏବଂ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି l ସୂଚନା ଅନୁସାରେ ଉକ୍ତ ପ୍ରକଳ୍ପ ଅଧିନସ୍ଥ ଚାଷୀ ମାନେ ପ୍ରକଳ୍ପ ତାର ପରୀକ୍ଷା ମୂଳକ ଭାବେ ପାଣି ଛାଡ଼ି ଥିବାବେଳେ ବିଭିନ୍ନ ସ୍ଥାନ କୁ ପାଣି ପହଞ୍ଚି ପାରୁ ନ ଥିବା ଦେଖି ଅଭିଯୋଗ କରିଥିଲେ l ଅଭିଯୋଗ କୁ ନେଇ ଆଜି ବିଧାୟକ ଇଂ ରଘୁନାଥ ଜଗଦଲା ପ୍ରକଳ୍ପ ବୁଲିବା ସହିତ ବିଭିନ୍ନ ସ୍ଥାନ ରେ ଥିବା ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ l ସୂଚନା ଥାଉ କି ଏହି ବାଗବର ମେଗା ଲିପ୍ଟ ପଏଣ୍ଟ ଟି ୪୦ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ବେଳେ ପ୍ରକଳ୍ପ ସୁଚାରୁ ରୂପେ କାର୍ଯ୍ୟ କଲେ ୧୫୨୧ ହେକ୍ଟର ଚାଷ ଜମି ଜଳସେଚନ ହେବ କିନ୍ତୁ ନିର୍ମାଣ ଦାୟିତ୍ବରେ ଥିବା ଏଲ ଏଣ୍ଡ ଟି କମ୍ପାନୀ ଠିକା ସଂସ୍ଥା ନିଜ ମନ ଇଛା କାମ କରିଥିବା ରୁ ଚାଷୀ ପାଣି ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଥିବା ବେଳେ ବିଧାୟକ ଅଧିକାରୀ ଙ୍କ ସମସ୍ତ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ମେଗା ଲିପଟ୍ ର ଅଧିକାରୀ ଙ୍କ ଅଭିଯୋଗ କି ବିଭିନ୍ନ ସ୍ଥାନ ରୁ ଯନ୍ତ୍ରାଂଶ ଚୋରି ନେଇ ରହିଥିବା ସମସ୍ୟା ଏବଂ ଚୋରି ନେଇ ଥାନା ରେ ଅଭିଯୋଗ ହୋଇଥିବା କହିଛନ୍ତି l ଆଗକୁ ପ୍ରକଳ୍ପ ରେ ଥିବା ସମସ୍ୟା ସମାଧାନ କରି ରବି ରେ ଆୟକଟ ଅଞ୍ଚଳ କୁ ପାଣି ଦେବା ପାଇଁ ନିଶ୍ଚିତ କରିବାକୁ ବିଭାଗୀୟ ସହକାରୀ ଯନ୍ତ୍ରୀ ଅମରନାଥ ପଧାନ ପରାମର୍ଶ ଦେଇଥିଲେ l ବିଧାୟକ ଙ୍କ ସମେତ ବିଭାଗୀୟ କର୍ମଚାରୀ ସ୍ଥାନୀୟ ଚାଷି , ବରିଷ୍ଟ ସଦସ୍ୟ ସତ୍ୟ ବ୍ରତ ମିଶ୍ର , ଏକଲବ୍ୟ ବେହେରା , ପ୍ରଭାସ ପଣ୍ଡା , ବିପିନ ପଣ୍ଡା , ସପନ ପଧାନ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ