Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧିଜୟନ୍ତୀ ଅବସରରେ ବୀରମହାରାଜପୁର ବ୍ଲକ କାର୍ଯ୍ଯାଳୟ ପରିସରରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପରିସରରେ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‌ ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶନୀ ମିର୍ଦ୍ଧା ଅତିଥି ଭାବରେ ଯୋଗଦେଇ ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ । ପରେ ଏକ ଶପଥ ପାଠ କରାଯାଇ ବ୍ଲକ ପରିସରରେ ସଫେଇ କରାଯାଇଥିଲା । ଏହି ସ୍ୱଚ୍ଛତା ହିଁ କାର୍ଯ୍ୟକ୍ରମ ରେ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ , ବ୍ଳକ ସଂଯୋଜକ ଖେଳାନିଧି ପ୍ରଧାନ , ସଞ୍ଜୟ ବେହେରା , ଜଗଦିଶ ପ୍ରଧାନ , ସମ୍ବିତ ମହାକୁର , ଦିନ କୃଷ୍ଣ ଶଙ୍ଖୁଆ , ଗୋପାଳ ପାତ୍ର , ସୁମନ୍ତ ଦଳେଇ ପ୍ରମୁଖ ବହୁ କର୍ମଚାରୀ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ