ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧୀନ ରେ ଥିବା କ୍ଷୀରପୁର ଜଙ୍ଗଲ ରୁ ଏକ ବଣୁଆ ହାତୀ କେନାଲ କୁ ରାତି ରେ ପାଣି ପିଇବା ପାଇଁ ଆସି କେନାଲ ରେ ଖସି ପଡିଥିଲା l କେନାଲ ରେ ଏବେ ପାଣି ଯାଉଥିବା ରୁ ହାତୀ ର କୌଣସି କ୍ଷତି ହୋଇ ନ ଥିବା ବେଳେ ହାତୀ ଟି ନିଜ ବୁଦ୍ଧି ପ୍ରୟୋଗ କରି କେନାଲ ରୁ ବାହାରି ଥିଲା l ସୂଚନା ଅନୁସାରେ ହାତୀ ଟି କ୍ଷୀରପୁର ଗ୍ରାମ ନିକଟରେ ଥିବା କେନାଲ ରେ ଖସିବା ପରେ ଦୁଇ କିଲୋମିଟର କେନାଲ ଭିତରେ ଭିତରେ ଯାଇ ଆଡିଆପଡା ଠାରେ କେନାଲ ଗେଟ ଲାଗିଥିବା ରୁ ଆଗକୁ ଯାଇ ପାରି ନ ଥିଲା ପୁଣି କ୍ଷୀରପୁର ପଟ କୁ ଯାଇ କେନାଲ ର କାନ୍ଥ ଦୁର୍ବଳ ଥିବା ସ୍ଥାନ ରେ ଭାଙ୍ଗି ବାହାର କୁ ବାହାରି ଥିଲା l ଏବେ ଜମି ରେ ଧାନ ଚାଷ ହୋଇ ଥିବା ରୁ ଚାଷୀ ଖେତ କୁ ନଷ୍ଟ କିପରି ନ କରିବ ହାତୀ ର ପଛେ ପଛେ ଯାଇ ଘଉଡ଼ାଇବା ଲାଗି ପଡିଥିବା ବେଳେ ବନ ବିଭାଗ ଖବର ପାଇ ହାତୀ ଟି କୁ କିପରି ସୁରକ୍ଷିତ ଭାବେ ଜଙ୍ଗଲ କୁ ଘଉଡ଼ାଇ ହେବ ଚେଷ୍ଟା କରିଥିଲା l ଏଭଳି ପରିସ୍ଥିତିରେ ହାତୀ ଏଣେ ତେଣେ ଦୌଡ଼ି ବା ଯୋଗୁଁ ଲୋକ ମଧ୍ୟ୍ୟ ଯାଉଥିବା ରୁ ହାତୀ ଟି କୁ ଜଙ୍ଗଲ ପଟ କୁ ଘଉଡ଼ାଇ ପାରୁ ନାହିଁ l ହାତୀ ଟି ମହୁରୀଆପାଳି, ସାଲେଝୁଲି, ଅଡିଆପଡା , କ୍ଷୀରପୁର , ଦେଇ ସନ୍ଧ୍ୟା ରେ ରାଢ଼ିଆପାଳି ଗ୍ରାମ ଦେଇ ଜଙ୍ଗଲ କୁ ଯାଇଥିଲା I ହାତୀ କୁ ଦେଖିବାକୁ ହଜାର ହଜାର ଲୋକ ରାସ୍ତା ଯାମ କରି ଦେଇଥିଲେ l ଫଳରେ ହାତୀ ଜଙ୍ଗଲ କୁ ଯିବାକୁ ସକ୍ଷମ ହୋଇ ନ ଥିଲା l ବନ ବିଭାଗ ର ରେଞ୍ଜର ସଂଜୀବ ରାଉତ ଓ କର୍ମଚାରୀ ପହଂଚି ରଢ଼ିଆପାଳି ଜଙ୍ଗଲ କୁ ହାତୀ କୁ ଘଉଡ଼ାଇ ଦେଇଥିଲେ l ସୂଚନା ଅନୁସାରେ ହାତୀ ଉଲୁଣ୍ଡା – ଡାଳଦବl – ଗୁଞ୍ଜିପାଲି ଦେଇ ଏହି ଅଂଚଳ କୁ ଆସିଥିଲା l