Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡାରତ୍ନ ସମ୍ମାନରେ ସମ୍ମାନିତ ହେଲେ ତ୍ରିଲୋକ୍ୟ ନାୟକ

ବରଗଡ଼:ବରଗଡ଼ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ଓ କୌଟିଲ୍ୟ ଗ୍ଲୋବାଲ ସ୍କୁଲର ମିଳିତ ଅନୁକୂଲ୍ୟରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଓ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଉପଲକ୍ଷେ ସମ୍ମାନରେ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ନିରୀକ୍ଷକ ତଥା କୁମେଲସିଂହା ଦଧିବାମନ ହାଇସ୍କୁଲରେ କାର୍ଯ୍ୟରତ ଖେଳ ଶିକ୍ଷକ ତ୍ରିଲୋକ୍ୟ ନାୟକଙ୍କୁ କ୍ରୀଡାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ଆୟୋଜିତ ସଭାରେ ହଟ ନିଉଚ୍ ପ୍ରତିଷ୍ଠାତା ଆଶୁତୋଷ ରଥ ସଭାପତିତ୍ୱ କରିଥିବା ବେଳେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ବରଗଡ଼ ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ,ସମାଜସେବୀ ପ୍ରୀତମ ସିଂ, ପ୍ରମୋଦ ଅଗ୍ରୱାଲ, ଆଏସ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧନା ଦେଇଥିଲେ।ଏହା ପୂର୍ବରୁ ଶ୍ରୀଯୁକ୍ତ ନାୟକ ଭୁବନେଶ୍ୱର ସ୍ଥିତ ରାଜ୍ୟପାଳ ଭବନରୁ କ୍ରୀଡା ପାଇଁ କ୍ରୀଡ଼ାଶ୍ରୀ ଓ ଜୟଦେବ ଭବନରୁ କ୍ରୀଡା ପାଇଁ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ