ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ଗାଁର ଯୁବ କ୍ରୀଡାବିତ ଏହେସାସ ହୋତା ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅଧିନରେ ଅନୁଷ୍ଠିତ ହୋଇଥିବା ଆନ୍ତ ମହାବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ସେ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିଣିବା ସହ ଆସନ୍ତା ମାସରେ ୫.୧୧.୨୪ ରୁ ୧୦.୧୧.୨୪ ପର୍ଯ୍ୟନ୍ତ ପଞ୍ଜାବ ର ଜିଏନଡିୟୁ ଅମୃତସର ରେ ହେବାକୁ ଥିବା ଜାତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବାକୁ ମନୋନିତ ହୋଇଛନ୍ତି । ପୁର୍ବରୁ ୨୦୧୯ ମସିହାରେ ଏହେସାସ ଜାତୀୟ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେଇ ବୋଞ୍ଜ ମେଡାଲ ହାସଲ କରିସାରିଛନ୍ତି । ତେବେ ଏଥର ଏହେସାସ ଜାତୀୟ ବିଶ୍ୱ ବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତା ସହ ୨୦୨୫ ରେ ଜର୍ମାନିରେ ହେବାକୁଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିବାର ଆଶା ବାନ୍ଧିଛନ୍ତି । ଏଥିପାଇଁ ଖୁବ ଶିଘ୍ର ଜାମ୍ବୁ କାଶ୍ୱୀର ତାଲିମ ନେବାପାଇଁ ଯିବେ ବୋଲି ସୂଚନା ଦେଇଛନ୍ତି । ତେବେ ଝାଡେଶ୍ୱରୀ ମହାବିଦ୍ୟାଳୟ ଧମା ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତ ମହାବିଦ୍ୟଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ଏହେସାସଙ୍କ ଏହି ସଫଳତା ପରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ , ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା , ଆଇନ ପରାମର୍ଶତାଦା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣେଇଛନ୍ତି ।