Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମାହେଶ୍ୱରୀ ବାଡ଼ି ଯାତ୍ରା ଉପଲକ୍ଷେ କର୍ଡାପାଳ ରେ ରlବଣ ଦରବାର ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ର କର୍ଡ଼lପାଲ ମାହେଶ୍ୱରୀ ବାଡ଼ି ଯାତ୍ରା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ବତନ କୃଷି ଅଧିକାରୀ ଦୟାନିଧି ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ପ୍ରଶାନ୍ତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ରାବଣ ଭୂମିକାରେ ପ୍ରଫୁଲ୍ଲ କୁମାର ମେହେର ଓ ସାଥି ଙ୍କ ନିଖୁଣ ଅଭିନୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ l ବୁଧବାର ପୌରାଣିକ ବିଷୟ ସୀତା ବିବାହ ଓ ପର୍ଶୁରାମ ଭେଟ ଉପରେ ପରିବେଷଣ ହୋଇ ଥିଲା l ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମାହେଶ୍ୱରୀ ପୂଜା କମିଟି ର ରାଧାନାଥ ହୋତା , ଗୁପ୍ତେଶ୍ୱର ପଧାନ, ଶେଷଦେବ ସାମଲ , ବିଶ୍ୱବାସ ହୋତା , ପପୁ ବିଶ୍ୱାଳ , ସିଲୁ ମିଶ୍ର , ଧନମାଳୀ ବିଶ୍ୱାଳ , ସନତ ହୋତା , ଅକ୍ରୁର ନାଏକ ପ୍ରମୁଖ ସହଯୋଗ କରିଥିଲେ l