Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିତା ମହୁଲ ଅଞ୍ଚଳରେ ହାତୀପଲ ନଷ୍ଟ କଲେ ଧାନ ଫସଲ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ର ଏବେ ଧାନ କିଆରୀରେ ଧାନ କ୍ଷୀର ଧରିବା ଆରମ୍ଭ ହେଉଥିବା ବେଳେ କେତେକ ସ୍ଥାନରେ ଧାନ ପାଚି ଅମଳ ସମୟ ହୋଇଯାଇଛି I ଏହି ସମୟରେ ହାତୀ ପଲ କିଆରୀରେ ପଶି ଧାନ ଖାଇବା ସଙ୍ଗେ ସଙ୍ଗେ ଧାନ ଫସଲ ସବୁ ମାଡି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଭଲ ବର୍ଷା ହୋଇ ଥିବାରୁ ଧାନ ଚାଷ ମଧ୍ୟ ଭଲ ହୋଇଛି I ଚାଷି ଧାର କରଜ କରି ଚାଷ କରିଛି I ଏବେ ହାତୀ ପଲ କିଆରୀରେ ପଶି ଫସଲ ସବୁ ନଷ୍ଟ କରି ଦେଉଛନ୍ତି I ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି I ଏହିଭଳି ଏକ ଘଟଣା ଦେଖାଦେଇଛି ବୀରମହାରାଜପୁର ରେଞ୍ଜ୍ ପିତା ମହୁଲ ଅଞ୍ଚଳରେ I ଗରିଆମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ହାତୀପଳ ଆସି ପିତା ମହୁଲ ଗ୍ରାମର ଚାଷ ଜମି ରେ ଧାନ ଫସଲ ମାଡି ଦଳି ଚକଡି ନଷ୍ଟ କରି ଦେଉଛନ୍ତି I ଫସଲ ନଷ୍ଟ ହେଉଥିବା ଦେଖି ହାତୀ ମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି l ହେଲେ ହାତୀପଲ ଯାଉ ନ ଥିବାରୁ ବନବିଭାଗ କୁ ଖବର ଦେଇଥିଲେ ହାତୀ ଘଉଡାଇବା ପାଇଁ I