ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ୧୬ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମଙ୍ଗଳବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଇଗଣୀ ଯୋର ଠାରେ ଗଙ୍ଗା ଦେବୀଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଶତାଧିକ ମହିଳା ପୂର୍ଣ୍ଣ କଳସି ଧରି ହରିବୋଲ , ହୁଳହୁଳି , ଢୋଲ , ନାମ ସଂକୀର୍ତ୍ତନ ଓ ଘଣ୍ଟ ବାଦ୍ୟ ସହ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରି ପୂଜା ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏଥିରେ ପୂଜକ ବଳରାମ ପଣ୍ଡା ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ମଧୁସୂଦନ ମହାକୁର , ଧର୍ମପତ୍ନୀ କୁନ୍ତୀ ମହାକୁର କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ । ପୂଜା କମିଟି ସଭାପତି ରୁଦ୍ରପ୍ରକାଶ ମହାକୁର , ସମ୍ପାଦକ ପ୍ରଦୀପ ମାଝୀ , କୋଷାଧ୍ୟକ୍ଷ ଆଶୁତୋଷ ପଣ୍ଡା , ସକ୍ରିୟ ସଦସ୍ୟ ସୁଭାଷ ପ୍ରଧାନ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।