Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମସଜିଦରେ ‘ଜୟ ଶ୍ରୀରାମ’ ନାରା ଦେବା ଅପରାଧ ନୁହେଁ

କର୍ଣ୍ଣାଟକ: ମସଜିଦରେ ‘ଜୟ ଶ୍ରୀରାମ’ ନାରା ଦେବା କୌଣସି ଅପରାଧ ନୁହେଁ । ଏପରି କହିଚନ୍ତି କର୍ଣ୍ଣାଟକ ହାଇକୋର୍ଟ । ଏଥିସହ ‘ଜୟ ଶ୍ରୀରାମ’ ନାରା ଦେବାକୁ ନେଇ ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ମାମଲାକୁ ବନ୍ଦ କରିଛନ୍ତି ହାଇକୋର୍ଟ ।

ଅଭିଯୋଗ ଅନୁସାରେ, କର୍ଣ୍ଣାଟକ ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେବାକୁ ନେଇ ଭିଭିନ୍ନ ଦଫା ଲଗାଇବା ସହ ଗିରଫ କରିଥିଲା, ଯାହାକୁ ଭୁଲ୍ ଦର୍ଶାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଏଥିସହ ସେମାନଙ୍କ ବିରୋଧରେ ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟାକୁ ମଧ୍ୟ ମନା କରିଦେଇଛନ୍ତି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୪ ତାରିଖ ସକାଳ ସମୟରେ କର୍ଣ୍ଣାଟକର ଦୁଇ ଜଣ ବ୍ୟକ୍ତି ଏକ ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେଇଥିବା ଅଭିଯୋଗ ହୋଇଥିଲା । ଧାରା 295 A (ଧାର୍ମିକ ଭାବନାକୁ ଆକ୍ଷେପ) ଅନୁସାରେ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ଏଥିସହ ପୋଲିସ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (IPC) ଧାରା 447 (ଅପରାଧିକ ଅନୁପ୍ରବେଶ), 505 (ଜନସାଧାରଣଙ୍କ ଭୟଭୀତ କଲା ପରି ବିବୃତ୍ତି), 506 (ଅପରାଧିକ ଧମକ ଦେବା), 34 (ସାଧାରଣ ଉଦ୍ଦେଶ୍ୟ) ଆଧାରରେ ମାମଲା ରୁଜୁ କରିବା ସହ ଗିରଫ କରିଥିଲା । 

କିନ୍ତୁ ଅଭିଯୁକ୍ତମାନେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଏମ ନାଗପ୍ରସନ୍ନଙ୍କୁ ନେଇ ଗଠିତ ଏକକ ବେଞ୍ଚ ଏ ଉପରେ ଶୁଣାଣି କରି ମସଜିଦରେ ଜୟ ଶ୍ରୀରାମ ନାରା ଦେବା ଏକ ଅପରାଧ ନୁହେଁ ବୋଲି ଦର୍ଶାଇଛନ୍ତି ।

ଯଦି ମସଜିଦ ବାହାରେ କିମ୍ବା ଭିତରେ କେହି ଜୟ ଶ୍ରୀରାମ କୁହନ୍ତି, ତେବେ ଏହା କିପରି କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି, ତାହା ବୁଝାପଡୁନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସମ୍ପୃକ୍ତ ଅଞ୍ଚଳରେ ହିନ୍ଦୁ ଏବଂ ମୁସଲିଲ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଚଳୁଥିବା ଅଭିଯୋଗକାରୀ ନିଜେ କହିଛନ୍ତି । ତଥାପି ଏହି ଅଭିଯୋଗକୁ ଭିତ୍ତି କରି ସେମାନଙ୍କ ବିରୋଧରେ ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ପାଇଁ ଅନୁମତି ଦେବା ଆଇନର ଅପବ୍ୟବହାର ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୌଣସି ବି କାର୍ଯ୍ୟକୁ ଆଇପିସିର ଧାରା 295 A ଅନୁଯାୟୀ ଅପରାଧ ଦର୍ଶାଯିବ ନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ