Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଧେଇବା ଘରୁ ଯୁବତୀର ମୃତ ଶରୀର ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗାଧେଇବା ଘରୁ ଯୁବତୀ ର ମୃତ ଶରୀର ଉଦ୍ଧାର ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡ଼ି ଠାରେ। ସୂଚନା ଅନୁଯାଇ ପଣସପଡ଼ି ଠାରେ ଏକ ଭଡା ଘରେ ଈପସିତା ପଟନାୟକ (୨୪) ନିଜ ପରିବାର ସହିତ ରହୁଥିଲେ। ହଠାତ ଘର ଲୋକେ ଈପସିତା ର ମୃତ ଶରୀର ଗାଧେଇବା ଘରୁ ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ନିମନ୍ତେ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ଏ ନେଇ ବାଲିଗୁଡା ପୋଲିସ ପକ୍ଷରୁ ଏକ ମାମଲା କେଶ ନଂ. ୨୧/୨୪ ପ୍ରକାରେ ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ