Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଉତ୍ସବ ଅବସରରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପ୍ରାଥମିକ ଚିକିତ୍ସାଲୟ ଠାରେ ମୁର୍ଷୁଣ୍ଢୀ ଗଜଲଷ୍ମୀ ପୂଜା କମିଟି ଓ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ତରଫରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ଏସ ଡି ପି ଓ ବାସୁଦେବ ଛତ୍ରିଆ , ମୁର୍ଷୁଣ୍ଢୀ ଚିକିତ୍ସାଧିକାରୀ ଶିବାନନ୍ଦ ଚାଉଳିଆ , ବୀରମହାରାଜପୁର ଥାନା ଆଇ ଆ ଇ ସି ଶୋଭାକର ସେଠ ପ୍ରମୁଖ ଯୋଗ ଦେଇ ଶିବିର କୁ ଉଦଘାଟନ କରି ଥିଲେ l ଏଥିରେ ସର୍ବମୋଟ ୩୫ ଜଣଙ୍କ ଆଖି ପରୀକ୍ଷା କରାଯାଇ ୧୨ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା ଏବଂ ୧୦ ଜଣକୁ ଚଷମା ପ୍ରଦାନ କରାଯାଇଥିଲା l ମହାନଦୀ ନେତ୍ର ଚିକିତ୍ସାଲୟ ର ମହେଶ ବେହେରା , ଚନ୍ଦ୍ରଶେଖର ନନ୍ଦ , ଭାଗବତ ପାଣ୍ଡେ , ଆଖି ପରୀକ୍ଷା କରିଥିଲେ ଗଜଲକ୍ଷ୍ମୀ ପୂଜା କମିଟି ର ସଭାପତି ତଥା ଜିଲ୍ଲlପରିଷଦ ସଭ୍ୟ ଲବ କୁମାର ସାହୁ, ଉପସଭାପତି ଧନଞ୍ଜୟ ସାହୁ , ଉପଦେଷ୍ଟା ରାଜ ଗୋପାଳ ପାଣିଗ୍ରାହୀ , ସମ୍ପାଦକ ତ୍ରିୟଞ୍ଜୀବମିଶ୍ର , ସହ ସମ୍ପାଦକ ବିଦ୍ୟାଧର ଖୁରଡିଆ , ସତ୍ୟ ମୋହନ ବେଦପାଣି ଓ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l