Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଉତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ; ହଜାର ହଜାର ଦର୍ଶକ ଙ୍କ ସମାଗମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୨ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାର ଶନିବାର ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି । ନାଟ୍ୟାଭିକ୍ରମରେ ‌ କୃଷ୍ଣ ବଲ୍ଲଭ ଘରେ ଶେଷ ନୃସିଂହ ଜନ୍ମ , ବରୁଣ ପୁରରେ ଲକ୍ଷ୍ମୀଙ୍କୁ ବିବାହ କରିବା ପାଇଁ ବରୁଣ ରାଜ ଚିନ୍ତିତ ଓ ଦେବତା ମାନଙ୍କ ପରାମର୍ଶ ଉପରେ ପୈାରାଣିକ ନାଟକ ମଞ୍ଚସ୍ଥ ହେଉଥିଲା। ଏହି ଅବସରରେ ରାଜ ଦରବାରରେ ମହାରାଜା ଙ୍କ ଆଦେଶ କ୍ରମେ କମିଟିର ଉପ ସଭାପତି ଧନଞ୍ଜୟ ସାହୁ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ରାଜ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ହୋତା, ସାମ୍ବାଦିକ ନମୀତା ହୋତା, ପ୍ରହଲ୍ଲାଦ ବିହାରି ଦାସ , ରାଜେଶ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାରାଜାଙ୍କର ପ୍ରଶ୍ନର ଉତ୍ତର ଦେବା ସହ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ରାଜ ନର୍ତ୍ତକୀ ଦ୍ବାରା ଅତିଥି ମାନଙ୍କ ପାଇଁ ନାଚଗୀତ ଆୟୋଜନ ହୋଇଥିଲା । ଏହା ସହ ମୀନା ବଜାର , ବିଭିନ୍ନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ମହିଳା ସଂକୀର୍ତ୍ତନ ବୈଠକରେ ସୀମାରାଣୀ ଦାସ ଓ ପଦ୍ମମୀ ନାଏକ ଏବଂ ସାଥୀ କଳାକାର ଙ୍କର ଦ୍ବାରା ସଙ୍କୀର୍ତ୍ତନ ପରିବେଷଣ ହୋଇଥିଲା । ଏଥିରେ ବହୁ ଦର୍ଶକ ବିଲମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ।ପ୍ରତେହ ଦିନ ପୂଜା କମିଟିର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ପୁଷ୍ପାଞ୍ଜଳି ସହ ଆଳତି କାର୍ଯ୍ୟକ୍ରମ ହେଉଛି। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁରାଣ ଗାୟକ ବ୍ୟାସ ପଣ୍ଡିତ ଅଜିତ କୁମାର ଦାସଙ୍କ ଦ୍ଵାରା ପୁରାଣରୁ ପଠନ ହେଉଛି। ଶନିବାର ସୀତା ବିବାହ ପ୍ରସଙ୍ଗ ଉପରେ ପୁରାଣ ପଠନ ହୋଇଥିଲା । ପୂଜା କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ , ଉପଦେଷ୍ଟା ରାଜଗୋପଲ ପାଣିଗ୍ରାହୀ , କୁଶ କୁମାର ସାହୁ , ପ୍ରମାନନ୍ଦ ଜଟି, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର , କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି , ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।