ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’: ଧାମରାରୁ 360 କିମି ଦୂରରେ କେନ୍ଦ୍ରୀଭୂତ, 15 କିମି ବେଗରେ କରୁଛି ଗତି


ଭୀଷଣ ବାତ୍ୟାର ରୂପ ନେଲା ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ଥିବା ବେଳେ ଉତ୍ତର-ଉତ୍ତର-ପଶ୍ଚିମକୁ କ୍ରମଶଃ ଗତ 6 ଘଣ୍ଟାରେ ଘଣ୍ଟାପ୍ରତି 15 କିମି ବେଗରେ ଗତି କରୁଛି । ପାରାଦ୍ବୀପରୁ 330 କିମି ଦକ୍ଷିଣ-ପୂର୍ବ, ଧାମରାରୁ 360 ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ସାଗରଦୀପରୁ 420 କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆଜି ମଧ୍ୟରାତ୍ରୀରୁ ଆସନ୍ତାକାଲି ଭୋର ମଧ୍ୟରେ କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ।