ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ରେ ମଧୁମେୟ ସମ୍ୱନ୍ଧୀୟ ଅନ୍ଧତ୍ତ୍ଵ ଦୁରୀକରଣ ସଚେତନତା କର୍ମଶାଳା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ମଧୁମେୟ ସମ୍ବନ୍ଧୀୟ ଅନ୍ଧତ୍ତ୍ଵ ଦୁରୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁଇ ଶହ ଚକ୍ଷୁ ଚିକିତ୍ସକ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ l ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ କର୍ମଶାଳା ରେ ଡ. ସୁବଳ କିଶୋର କର ଅଧ୍ଯକ୍ଷତା କରିଥିବା ବେଳେ ଡ. ଶର୍ମିଷ୍ଠା ବେହେରା ସଂଯୋଜନା କରିଥିଲେ l ଡ. ଏସ୍ ସି ଦାନୀ , ଡ. ସୁକାନ୍ତ ପାଣିଗ୍ରାହୀ , ଡ. ଉଷାରାଣୀ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପ୍ରଫେସର ଜୟଶ୍ରୀ ଦୋରା ଅଧ୍ଯକ୍ଷତା କରିଥିଲେ l ଡ. ପ୍ରଶାନ୍ତ କୁମାର ପଣ୍ଡା , ଡ. ହର୍ଷିତ ପାତ୍ର , ଡ. କଲ୍ୟାଣୀ ପାତ୍ର ମତବ୍ୟକ୍ତ କରିଥିଲେ I ସେହିପରି ତୃତୀୟ ପର୍ଯ୍ୟାୟରେ ପ୍ରଫେସର ରାଜେନ୍ଦ୍ର ବେହେରା ଙ୍କ ଅଧ୍ଯକ୍ଷତା କ୍ରମେ ଆୟୋଜିତ କର୍ମଶାଳାରେ ପ୍ରଫେସର ଶ୍ରୀ ମନ୍ତ ବେହେରା , ଡ. ଶିବ ପ୍ରସାଦ ସାହୁ ଓ ଡ. ପ୍ରଣମିତା ପୁଝାରୀ ଆଲୋଚନା କରିଥିଲେ ଏବଂ ଡ. ଜିଜ୍ଞାସୁ ଅଗ୍ନିହୋତ୍ରୀ ସଂଯୋଜନା କରିଥିଲେ l ଚତୁର୍ଥ ପର୍ଯ୍ୟାୟ କର୍ମଶାଳା ରେ ପ୍ରଫେସର ସରଳl ଭୋଇ ଙ୍କ ଅଧ୍ୟକ୍ଷତାରେ ଡ. ସମୀର ପାତ୍ର , ଡ. ଜୟନ୍ତି ପଟେଲ ଓ ଡ. ପ୍ରଣତି ସାହୁ ଆଲୋଚକ ଥିଲେ l ମହାନଦୀ ନେତ୍ର ଚିକିତ୍ସାଳୟ ର ଅଧିକ୍ଷକ ଡ. ଦେବେନ୍ଦ୍ର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I