କନ୍ଧମାଳ କଳା ବିକାଶ କେନ୍ଦ୍ର ପକ୍ଷରୁ ନାଟକ ” ଆହେ ନୀଳ ଶଇଳ” ଏବଂ “ଫୁଲ” ର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ


ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁଇଟି ନାଟକ ର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଙ୍କ ରଚିତ ନାଟକ ” ଆହେ ନୀଳ ଶଇଳ ଓ ନାଟ୍ୟଚେତନା ର ପ୍ରତିଷ୍ଠାତା ତଥା ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକ ଙ୍କ ରଚିତ ନାଟକ ” ଫୁଲ “ମଞ୍ଚସ୍ଥ ହେବ l ବାଲିଗୁଡା ଅଞ୍ଚଳ ର ବରିଷ୍ଠ ନାଟକ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର ଏହାର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ନାଟକ ଟି ବାଲିଗୁଡା ଅଞ୍ଚଳ ର ବଛା ବଛା କଳାକାର ଙ୍କୁ ନେଇ ନାଟକ ପ୍ରସ୍ତୁତ ହେବ l ଆସନ୍ତା କାଲି ଠାରୁ ଅଡିସନ କାର୍ଯ୍ୟ ଆରମ୍ଭ ହେବ l ଏହି ଦୁଇଟି ରଙ୍ଗମଞ୍ଚ ନାଟକ ଭିନ୍ନ ସ୍ୱାଦର ହୋଇ ଥିବାରୁ ବାଲିଗୁଡା ର ଦର୍ଶକ ଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇବ ବୋଲି ଆଶା କରାଯାଇଛି l ବହି ପୂଜନ କାର୍ଯ୍ୟକ୍ରମ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ଅନୁଷ୍ଠାନ ର କଳାକାର ବିଶ୍ୱଜିତ, ସଞ୍ଜୟ, ବୁନା, ଗୁଣ୍ଡିଚା, ଭାଗିରଥି,ମିଚି, ଜଗନ୍ନାଥ ବିଶୋଇ, ଜଗନ୍ନାଥ ପାତ୍ର, ସନ୍ତୋଷ, ଅମୁଲ୍ୟ, ଶ୍ରୀକାନ୍ତ ଓ ମୁଖ୍ୟ ସହଯୋଗୀ ଭାବେ ମକରଧ୍ଵଜ ନାୟକ, ସୁବ୍ରତ ମାଝୀ, ବିଭୁତି ଲହରିଆ, ଟିକି ଦଣ୍ଡିଆ, ସାମୁଏଲ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ଡିସେମ୍ବର ମାସରେ ନାଟକ ମଞ୍ଚସ୍ଥ ହେବ ବୋଲି କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ପକ୍ଷରୁ କୁହାଯାଇଛି l