Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଟେସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଶିବିର ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଯୋଗ ଶିବିର ଆୟୋଜିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଗୋପିନାଥ ଚାନ୍ଦ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ପୋଲିସ ହାଇସ୍କୁଲ ବଲାଙ୍ଗୀର ର ଅବସରପ୍ରାପ୍ତ ଖେଳ ଶିକ୍ଷକ କିଶୋର ମୋହନ ଡାଙ୍ଗ ଓ ଯୋଗାଚାର୍ଯ୍ୟ ଡ. ଦ୍ଵିତିକୃଷ୍ଣ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ସହିତ ବିଭିନ୍ନ ଆସନ , ପ୍ରାଣାୟାମ ର ଉପକାରିତା ସମ୍ପର୍କରେ ବୁଝାଇଥିଲେ I ଶ୍ରୁତିଶକ୍ତି ଜାଗ୍ରତ କରିବାକୁ ହେଲେ ପ୍ରାଣାୟାମ ଏକାନ୍ତ ଆବଶ୍ୟକ ଅଟେ ବୋଲି କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ସୌମିତ୍ରି ସାହୁ , କେଶବ କୁମାର ନାୟକ, ସହଦେବ ମେହେର , ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ଭୁଏ , ଶୁଭ୍ରାନଜଳି ସାହୁ , ଅନିତା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ l