ଖଣ୍ଡହତା ପଞ୍ଚାୟତ ସଭା ଗୃହରେ ରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମ ପଂଚାୟତ ସଭାଗୃହ ଠାରେ ରେଆର ସୋନପୁର ତରଫରୁ ଓଡିଶା ରାଜ୍ୟ ବିପର୍ଯ୍ଯୟ ପରିଚାଳନା କର୍ତ୍ତୃପକ୍ଷ ସହାୟତା ରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ଯୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ ସଭାପତିତ୍ବ କରିଥିଲେ l କାର୍ଯ୍ୟନିର୍ବାହୀ ଅଧିକାରୀ ସୋରଜ ନନ୍ଦ , ଗ୍ରାମ ରୋଜଗାର ସେବକ ତଥା ଏ ଡ଼ି ଇ ଓ ଲଳିତ ପଧାନ , ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଜୁ ମଲ୍ଲିକ,ଜଗଦିଶ ମେହେର, ନାଇବ ସରପଞ୍ଚ ଝସକେତନ ପଧାନ, ଏମ ବି କେ ପଦ୍ମିନୀ ପାଢ଼ୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ I ରେଆର ର ପ୍ରକଳ୍ପ ସଂଯୋଜକ ବିଶ୍ୱମ୍ବର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ମିତ୍ରଭାନୁ ମଲ୍ଲିକ ବୈଠକ ର ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ ରେ ପଂଚାୟତ ର ସି ଆର ପି , ୱାର୍ଡ ସଭ୍ୟ , ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟା ମାନେ ଉପସ୍ଥିତ ଥିଲେ I ଶେଷରେ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l