Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ହାଇସ୍କୁଲ ରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥପାଠ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଙ୍କ ସହିତ ସମସ୍ତ ଶିକ୍ଷକ , କର୍ମଚାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶପଥ ପାଠ କରିଛନ୍ତି। ଦୁର୍ନୀତି ରୂପକ ବ୍ୟାଧି ସମାଜ ବିକାଶ ତଥା ବ୍ୟକ୍ତି ବିକାଶ ରେ ପ୍ରତିବନ୍ଧକ ସାଜିଛି ବୋଲି ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ। ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ