କୈରlଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ଳସ୍ତର ସ୍ତରୀୟ ସୁରଭୀ କାର୍ଯକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ସୁରେଶ ପଧାନଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯାଲୋଏ ସରପଞ୍ଚ ନିବେଦିତା ମିଶ୍ର ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଗିରିଶ କଳତା , ଯାଲୋଏ ପ୍ରାଥମିକ ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ବଘାର , ଯାଲୋଏ ଜବାହର ଏକାଡେମୀ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମ୍ଭାର ଯୋଗଦେଇ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ର 7ଟି ବିଦ୍ୟାଳୟରୁ 150ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l ଆୟୋଜିତ ଉଦଯାପନୀ ଉତ୍ସବରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରି ଆଲୋକ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ଏହା ଏକ ମାଧ୍ୟମ ବୋଲି ବକ୍ତବ୍ୟରେ କହିଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଧିକାରୀ ମୁକେଶ ଭୋଇ , ଯୋଗେଶ୍ୱର ଦାସ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ଶିକ୍ଷକ କିଶୋର ସାହୁ ସଭା ପରିଚଳନା କରିଥିବା ବେଳେ ସିଆରସିସି ସୁଦର୍ଶନ ଭୁକ୍ତା ସ୍ବାଗତ ଭାଷଣ ଦେଇ ଥିଲେ l ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l ସହକାରୀ ଶିକ୍ଷକ ଶରତ ନାୟକ, ଜିତେନ୍ଦ୍ର ପର୍ଡିଆ , ପ୍ରମୋଦ ସାହୁ , ସ୍କୁଲ ପରିଚାଳନା କମିଟି ର ସଭାପତି ଲେଖରାଜ ସାଗର ଓ କମିଟି ର ସମସ୍ତ ସଭ୍ୟ ସଭ୍ୟl ସହଯୋଗ କରିଥିଲେ l କାର୍ଯ୍ୟକ୍ରମ କୁ କିଶୋର ସାହୁ ଓ ସୁଦାମ ବଡ଼ ମାଳି ସଂଯୋଜନା କରି ଥିଲେ ବିଚlରକ ମଣ୍ଡଳୀ ରେ ଜନ୍ମଜେୟ ତ୍ରିପାଠୀ , ଭାଗରଥୀ ମେଣ୍ଡଳୀ , ଦାଶରଥି ନାୟକ , ଅନିଲ ଭୋଇନା , ଶିବାନୀ ପ୍ରଧାନ , ରଂଜିତା ପାଣିଗ୍ରାହୀ , ବିଚlରକ ଦାୟିତ୍ୱ ନିଭାଇଥିଲେ l ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରି ଥିଲେ l