Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା କଲେଜ ରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ରବୀନ୍ଦ୍ର ନାଥ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ଅଧକ୍ଷ ଜଗବନ୍ଧୁ ବରିହା ଙ୍କ ଅଧକ୍ଷତା ରେ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏକ ବିଶାଳ ରାଲି କରି ନଗର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ । ଏହି ଅବସରରେ ବକୃତା ପ୍ରବନ୍ଧ ଓ ଚିତ୍ରlଙ୍କନ ପ୍ରତିଯୋଗିତା ହୋଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଏକ ସଚେତନତା ସଭା ଆୟୋଜିତ ହୋଇ ଛାତ୍ର ଛାତ୍ରୀ ମାନଙ୍କ ନିଶା ମୁକ୍ତ ସମାଜ ଗଠନ କରିବାକୁ ପରାମର୍ଶ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟlପକ ଶରତ କୁମାର ଭୋଇ , ଧନଞ୍ଜୟ ସାହୁ , ରାଜୀବ ମହାପାତ୍ର , ଅଧ୍ୟପିକା ଯୋଶ୍ନl ମୟୀ ଶଙ୍ଖୁଆ ,ବିଷ୍ନୁପ୍ରିୟl ମହାକୁର, ସୁମନ୍ତ କୁମାର ଦଳାଇ, ମଧୁସୂଦନ କର୍ଣ୍ଣ, ସତ୍ୟମୋହନ ପଧାନ, ରାଧେଶ୍ୟାମ ବାରିକ, ସୁଦାମ ଉର୍ମୀ, ସୀତାକାନ୍ତ ଭୋଇ, ସୁଦର୍ଶନ ପଣ୍ଡା ଓ ଚକ୍ରଧର ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ବିନିରାଣୀ , ଅର୍ଚ୍ଚିତା , ଗୌରୀ , କମଳିନୀ , ଆଲୋକ , ବବୁଲୁ , ବବିଲି ଓ ସବ୍ୟସଚି ପୁରସ୍କୃତ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ