Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ମହିଳା କଲେଜରେ ନିଶାଯୁକ୍ତ ଭାରତ ଅଭିଯାନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଆଶୁତୋଷ ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୁବଳୟା ଡିଗ୍ରୀ କଲେଜ ଅଧ୍ୟାପକ ଡ.ସୟଦ ତଶିଫୁର୍ ରହେମାନ ମୁଖ୍ୟବକ୍ତା , ଅଧ୍ୟାପିକା ସନ୍ଧ୍ୟା ରାଣୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ପ୍ରଥମେ କଲେଜର ସମସ୍ତ ଛାତ୍ରୀ ଓ କର୍ମଚାରୀ ମାନଙ୍କ ଗହଣରେ ଏକ ସଚେତନତା ଶୋଭାଯାତ୍ରା ନିକଟସ୍ଥ ବାଗବର ଗ୍ରାମ ପରିକ୍ରମା କରିଥିଲେ I ଏ ଅବସରରେ ଅନୁଷ୍ଠିତ ହୋଇଥିବା ତର୍କ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅଧ୍ୟାପିକା ଗୀତାଞ୍ଜଳି ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସନ୍ତୋଷିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I