ଉଲୁଣ୍ଡା : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ସ୍ଥିତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ଯାପନୀ ସଭାରେ କଲେଜ ର ଅଧ୍ୟକ୍ଷ ବଲ୍ଳଭ ପୁରୋହିତ ସଭାପତିତ୍ବ କରିଥିଲେ । ଅଣ ସଂକ୍ରମକ ରୋଗ ସହପରିଚାଳକ, ଗୀତାଞ୍ଜଳି ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୁବ ସମାଜ ପାଇଁ ନିଶା ଅସାଧ କର୍କଟ ଭଳି ରୋଗକୁ ଆମନ୍ତ୍ରଣ କରିବା ସହ ସମାଜକୁ କଳୁଷିତ କରେ ବୋଲି ମତ ପ୍ରକାଶ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ତଥା ସମାଜ ସେବି ଚିତ୍ତରଞ୍ଜନ ପାଢି , କମ୍ୟୁନିଟି ସୁପରଭାଇଜର ଅନୁପ ରଞ୍ଜନ ଦାସ , ଅଧ୍ୟାପିକା ରଞ୍ଜିତା ମିଶ୍ର , ସାଧନା ମେଲ୍ଲୀ , ଅମିତା ରାନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଶା ନିରାକରଣ କରିବା ପାଇଁ ସଚେତନତାର ଆବଶ୍ୟକତା ରହିଛି ଏବଂ ନିଶା ସମ୍ପୂର୍ଣ ନିରାକରଣ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ସଭା ପୂର୍ବରୁ କଲେଜର ସମସ୍ତ ଛାତ୍ରୀ ଏବଂ କର୍ମଚାରି ସଚେତନତା ରାଲିରେ ନିକଟସ୍ଥ ଖୁଣ୍ଟୁଲାପାଲି ଗ୍ରାମ ପରିକ୍ରମା କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ତର୍କ, ଚିତ୍ରାଙ୍କନ ଏବଂ ରଚନା ପ୍ରତିଯୋଗିତା
ହୋଇଥିଲା ଓ କୃତୀ ଛାତ୍ରୀଙ୍କୁ ଟ୍ରଫି ଏବଂ ମାନ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଉଦ୍ଧବ ପଧାନ ସ୍ୱାଗତ ଭାଷଣ ରଖି ଥିବାବେଳେ ଅଧ୍ୟାପକ ଵାଳମକୁନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଇଂରାଜୀ ଅଧ୍ୟାପକ ସୁଶାନ୍ତ ଦେହୁରୀ ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ନରୋତ୍ତମ କର୍ମୀ , ଆଶିଷ ଦେହୁରୀ , ସଂଜୀବ କୁମାର ଦନ୍ତା , ସୁସାନ୍ତ ମିଶ୍ର , ଯୋଗୀନ୍ଦ୍ର ପଧାନ , ବାଦଲ ଦେହୁରୀ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଶେଷରେ ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।