ସ୍ତ୍ରୀକୁ ୧୦ ମହଲାରୁ ଠେଲି ଦେଲେ ସ୍ବାମୀ !


ଲକ୍ଷ୍ନୌ: ୧୦ ମହଲାରୁ ଖସି ପଡ଼ି ମହିଳାଙ୍କୁ ମୃତ୍ୟୁ । ଘଟଣା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି । ତେବେ ଜ୍ବାଇଁ ଠେଲି ଦେଇ ହତ୍ୟା କରିଥିବା ମହିଳାଙ୍କ ବାପା ତଥା ଶ୍ବଶୁର ଅଭିଯୋଗ କରିଛନ୍ତି ।

ମହିଳା ଜଣକ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଝିଅ ବୋଲି ଜଣାଯାଇଛି । ବିବାହ ପରେ ସେ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଲକ୍ଷ୍ନୌର ଏକ ଫ୍ଲାଟରେ ରହୁଥିଲେ । ଗତକାଲି ସନ୍ଧ୍ୟା ସମୟରେ ମହିଳା ଜଣକ ନିଜ ଫ୍ଲାଟରୁ ତଳକୁ ଖସି ପଡ଼ିଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  

ଏହା ଏକ ଦୁର୍ଘଟଣା ନୁହେଁ, ଜ୍ୱାଇଁ ହିଁ ଝିଅକୁ ଠେଲି ମାରିଦେଇଥିବା ଅବସରପ୍ରାପ୍ତ ବିଚାରପତି ଅଭିଯୋଗ କରିଛନ୍ତି । ବିବାହ ପରେ ଜ୍ୱାଇଁ ସବୁବେଳେ ଅଧିକ ଯୌତୁକ ପାଇଁ ଝିଅକୁ ନିର୍ଯାତନା ଦେଉଥିଲେ । ତେଣୁ ଜ୍ୱାଇଁ ହିଁ ଝିଅକୁ ଠେଲି ହତ୍ୟା କରିଥିବା ସେ ପୋଲିସ୍ ସମ୍ମୁଖରେ କହିଛନ୍ତି । ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।