ଅତାବିରା ପରେ ଏବେ ବରଗଡ଼ ଚାଷୀ ଗଙ୍ଗାଧର ଜଳ ପ୍ରକଳ୍ପ ରେ କ୍ଷତିଗ୍ରସ୍ତ


ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉପରେ ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ । ଚାଷୀଙ୍କ ପାଇଁ କରାଯାଉଥିବା ପ୍ରକଳ୍ପ କୁନେଇ ଏବେ ଖୋଦ ଚାଷୀଙ୍କ ଭିତରେ ଲାଗିରହିଛି ବିରୋଧାଭାଷ । ଏହି ପ୍ରକଳ୍ପ ରେ ଅତାବିରା ଚଷୀ କ୍ଷତିଗ୍ରସ୍ତ ହୋଇ ଏ ଅଫିସ ରୁ ସେ ଅଫିସକୁ ଧାଁ ଦୌଡ଼ ପରେ ଚେକ ମିଳିବ ପରେ ଟିକେ ଶାନ୍ତି ମିଳିଛି l ଚାଷୀଙ୍କ ବିଲକୁ ବେଆଇନ ଭାବେ ଖୋଲି ପକାଇ ଜମିକୁ ନଷ୍ଟ କରିଦେଉଥିବା ନେଇ ଠିକା ସଂସ୍ଥା ବିରୋଧରେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଆନ୍ଦୋଳନ । ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଲିଛି ମାଟିତଳେ ପାଇପ ଲାଇନ ବିଛାଇବା କାମ ।ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ ଏବଂ ପ୍ରାୟ ୩୫,୬୦୦କୃଷକ ଉପକୃତ ହେବେ ଏବଂ ରାଜ୍ୟ ସରକାର ମୁଖ୍ୟତଃ ଚାଷୀ ମାନଙ୍କ ପାଇଁ ଏହି ପ୍ରକଳ୍ପ କରିଥିବା ବେଳେ କିନ୍ତୁ ନିର୍ମାଣ କାର୍ଯ୍ୟ ତୁଲାଉଥିବା ଠିକା ସଂସ୍ଥାର ଦାଦାଗିରି ପାଇଁ ଆଜି ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢିବାରେ ଲାଗିଛି । ଠିକା ସଂସ୍ଥା ମାନେ ଚାଷୀ ମାନଙ୍କର ଚାଷ ଜମି ଭିତରେ ପଶି ଚାଷୀର ବିନା ଅନୁମତିରେ , ବିନା ସହମତିରେ ରାତାରାତି ଜମିକୁ ଖୋଲିପକାଇ ଚାଷ ଜମି ନଷ୍ଟ କରିପକାଉଛନ୍ତି ପାଇପ ସଂଯୋଗ କରିବାକୁ । ଗୋଟେପଟେ ରାଜ୍ୟ ସରକାର ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ବିରାଟ ପ୍ରକଳ୍ପ ଲୋକଙ୍କ ପାଖକୁ ଆଣିଥିବା ବେଳେ କିନ୍ତୁ ଅପରପଟେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଠିକ ଓଲଟା ପରିଣତି ପାଇଁ ବିରୋଧୀଙ୍କୁ ଖୁରାକ ଯୋଗେଇଦେଇଛି ।
ସୂଚନା ଅନୁଯାୟୀ ଓଡିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାର ବିଜେପୁର,ବରପାଲି ଓ ସୋହେଲା ବ୍ଲକସହିତ ସୁବର୍ଣପୁର ଜିଲ୍ଲାର ଡ଼ୁଙ୍ଗୁରୀପାଲି ବ୍ଲକର ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ତା୨୧.୦୨.୨୦୧୯ ରେ ବିଜେପୁର ଠାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ହୀରାକୁଦ ବନ୍ଧ ଯୋଜନାର ବରଗଡ଼ ମୁଖ୍ୟ କେନାଲର ସମ୍ପୂର୍ଣ ଜଳ ପ୍ରବାହ ସ୍ତର ଠାରୁ ଏହି ଜମି ଗୁଡିକ ଉର୍ଦ୍ଧ୍ଵରେ ଥିବାରୁ ଏହା ଅଣଜଳସେଚିତ ଥିବାରୁ ରାଜ୍ୟ ସରକାର ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଏହି ପ୍ରକଳ୍ପ ର ଯୋଜନା କରିଥିଲେ | ତେବେ ଏହି ପ୍ରକଳ୍ପରେ ଜଳ ବଣ୍ଟନ ପାଇଁ ମାଟିତଳେ ପାଣି ପାଇପ ବିଛାଇବା କାର୍ଯ୍ୟାରମ୍ଭ କରିଥିଲେ | ତେବେ ୧୫ଫୁଟର ଗାତ ଖୋଲି ୧୦ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପାଇପ କୁ ମାଟିତଳେ ପୋତାଯିବାର ନିୟମ ରହିଛି ଯେପରି ପରବର୍ତ୍ତୀ ମୁହୂର୍ତ୍ତରେ ଚାଷୀକୁ ତାର ଚାଷ କାମରେ କୌଣସି ଅସୁବିଧା ନହୁଏ |