Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗୀତା ରେ ବୀରମହାରାଜପୁର କଲେଜ ଛାତ୍ରୀଙ୍କ କୃତିତ୍ଵ ହାସଲ

ବୀରମହାରାଜପୁର : (ସୌମିତ୍ରି ମେହେର) ଗତକାଲି ସୋନପୁରଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବୀରମହାରାଜପୁର ମହାବିଦ୍ୟାଳୟର ଚାରିଜଣ ଛାତ୍ରୀ ବାଜିମାତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଯୁକ୍ତଦୁଇ କଳାର ସୌମ୍ୟାଶ୍ରୀ ରଥ ତର୍କ ଏବଂ ରାଜେଶ୍ୱରୀ ପଧାନ, କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସଞ୍ଜନା ମହାକୁର ସୃଜନଶୀଳ ଲିଖନ ଏବଂ ବିଶ୍ୱରୂପା ସାହୁ ବକ୍ତୃତା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ସୌମ୍ୟାଶ୍ରୀ ଓ ରାଜେଶ୍ବରୀ ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସୁରଭିରେ ଭାଗନେବେ ।
ପୂର୍ବରୁ ଗତ ଅକ୍ଟୋବର ୨୭ ତାରିଖ ଦିନ ବ୍ଲକ ସ୍ତରୀୟ ସୁରଭି ପ୍ରତିଯୋଗିତା ର ତର୍କରେ ସୌମ୍ୟଶ୍ରୀ ରଥ ପ୍ରଥମ , କୁଇଜରେ ରାଜେଶ୍ୱରୀ ପ୍ରଧାନ ପ୍ରଥମ , ସୃଜନଶୀଳ ଲିଖନରେ ସଞ୍ଜନା ମହାକୁର ପ୍ରଥମ ଏବଂ ବକୃତା ପ୍ରତିଯୋଗିତାରେ ବିଶ୍ୱରୂପା ସାହୁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନିତ ହୋଇଥିଲେ ।
ସେହିଭଳି ଅକ୍ଟୋବର ୨୯ ତାରିଖ ଦିନ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସଞ୍ଜନା ମହାକୁର ପ୍ରଥମ ସ୍ଥାନ ଅଧିକାର କରିଥିଲେ । କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପଢୀ ଓ ତତ୍ବାବଧାରିକା ଅଧ୍ୟାପିକା ଯାମିନୀ ଦାଶ ଅଭିନନ୍ଦନ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ