Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଉଟିପାଲି ଫେରିଘାଟ ରାସ୍ତା ଦୁରବସ୍ଥା ; ଶୀଘ୍ର ମରାମତି ପାଇଁ ଦାବି

ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କେଉଟିପାଲି ଫେରିଘାଟ ରାସ୍ତା ବର୍ତ୍ତମାନ ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଏହି ରାସ୍ତା ଉପରେ ପ୍ରତୈକ ଦିନ ବହୁ ଲୋକ ଯିବା ଆସିବା କରିଥାନ୍ତି । ଏହା ସୋନପୁର ସୁବଳୟା ପୂର୍ତ୍ତବିଭାଗ ରାସ୍ତା ଠାରୁ କେଉଟିପାଲି ଗ୍ରାମକୁ ସଂଯୋଗ କରିଥାଏ । ଉକ୍ତ ରାସ୍ତାଟି ଶୋଚନୀୟ ଓ ବିପଦପୂର୍ଣ୍ଣ ହୋଇଥିବାରୁ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଜରୁରୀକାଳୀନ ଗାଡ଼ି ଯିବା ଆସିବା ରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ମହାନଦୀ କୂଳରେ ଅବସ୍ଥିତ କେଉଟିପାଲି ଗ୍ରାମରେ ସରକାରୀ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ଗୋଟିଏ ୱାର୍ଡର ଲୋକ ବସବାସ କରନ୍ତି । ଏହି ରାସ୍ତା ଶୋଚନୀୟ‌ ହୋଇଥିବାରୁ ବିଭିନ୍ନ ସମୟରେ ଜରୁରୀକାଳୀନ ଗାଡ଼ି ଉକ୍ତ ଗ୍ରାମକୁ ଯାଉନଥିବା ଗ୍ରାମବାସୀ କହିଛନ୍ତି। ବିଭିନ୍ନ ସମୟରେ ସରକାରୀ ସହାୟତା ରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ମରାମତି ହେଉ ନଥିବାରୁ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଫେରିଘାଟ ନିକଟରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ବହୁ ଦିନରୁ ଦାବି ହେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ । ଉକ୍ତ ରାସ୍ତା ଦେଇ ପୋଡଶି ଜିଲ୍ଲା ବୌଦ୍ଧ , ବାଉଁଶୁଣି , ସାହାଜପାଲ , ତାଲେଶରଡା , ପଲଶପାଟ, କଙ୍କଳା , ଡମ୍ବୁରୁଗାଡ , ମାନେଶ୍ୱର ଓ ତେନ୍ତୁଳିପାଲି ପ୍ରଭୁତି ଗ୍ରାମକୁ ଲୋକେ ଯିବା ଆସିବା କରିଥାନ୍ତି । ସ୍ଥାନୀୟ ଗ୍ରାମବାସୀ ମାନେ ଉକ୍ତ ରାସ୍ତା କୁ ଆଗରୁ ଅନେକ ଥର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାସ୍ତା ଉପରେ ମୁଠାଏ ମାଟି ପଡି ପାରିନାହିଁ। ଯାହା ଫଲରେ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଲୋକଙ୍କ ଗମନାଗମନ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହୁଏ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ