Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିନ୍ଦିଲାମାଳ ରେ ଜନଜାତିୟ ଗୌରବ ଦିବସ ପାଳିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଳି ପଞ୍ଚାୟତର ଗିନ୍ଦିଲାମାଲ ଗ୍ରାମ ଠାରେ ନେହେରୁ ଯୁବ କେନ୍ଦ୍ର ସୋନପୁର ତଥା ଯୁବ ମନ୍ତ୍ରଣାଳୟ ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଆଦିବାସୀ ଯୁବକ ସଂଘ ସହଯୋଗ କ୍ରମେ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ଜନଜାତି ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଦିବାସୀ ସଂଗଠକ ବୁଆସ ଗୁଡ଼ିଆ , ସମ୍ମାନିତ ଅତିଥି ଭାବେ ସ୍ବେଚ୍ଛାସେବୀ ଧବଳେଶ୍ୱର ଭୁକ୍ତା ଉପସ୍ଥିତ ରହି ମହାନ ବ୍ୟକ୍ତି ବିର୍ସା ମୁଣ୍ଡା କିପରି ମାତୃଭୂମି ଲଢେଇରେ ଆଦିବାସୀଙ୍କୁ ଏକତ୍ରିତ କରିଥିଲେ ତାହା ଗୁଣଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶମ୍ଭୁରାଜ କର୍ଣ୍ଣ ପରିଚାଳନା କରିଥିବା ବେଳେ ଆଦିବାସୀ ଯୁବକ ସଂଘ ଗିନ୍ଦିଲାମାଲ ପ୍ରଧାନମନ୍ତ୍ରୀଙ୍କ ଜିଲ୍ଲା ସ୍ତରରେ ଆଭାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ