ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲl ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି l ତେଣୁ ସରକାର ତୁରନ୍ତ ଏହି ପଞ୍ଚାୟତକୁ ସରକାରୀ ବସ୍ ଚଳାଚଳ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି । ଆଜକୁ ପ୍ରାୟ ୯ମାସ ପୂର୍ବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ତତ୍କାଳୀନ ସରକାର ଲକ୍ଷ୍ମୀ ବସ୍ ସେବା ଶୁଭାରମ୍ଭ କରିଥିଲେ । ଏହି କ୍ରମରେ ସେହି ଦିନଠାରୁ ବୀରମହାରାଜପୁର ବ୍ଲକରେ ତିନୋଟି ବସ ବିଭିନ୍ନ ରୁଟ୍ରେ ପ୍ରତ୍ୟହ ଚାରି ଥର ବିଭିନ୍ନ ପଞ୍ଚାୟତକୁ ଯାତାୟତ କରୁଛି । ବୀରମହାରାଜପୁର ରୁ ବାଗବର- ଜଟେସିଂହା ସୁବଳୟା- କମିରା ଦେଇ ପିତାମହୁଲ ଓ ସଂଗ୍ରlମପୁର କୁ ଯାତାୟାତ କରୁଛି। ଅନ୍ୟ ଏକ ବସ୍ ବୀରମହାରାଜପୁର ରୁ ବାହାରି ହିଲୁଙ୍ଗ – ମୁର୍ଷୁଣ୍ଢୀ -ଲୁତୁରପଙ୍କ – ବହଲପଦର ପଞ୍ଚାୟତ ଦୁର୍ଜନତୈଲl କୁ ଯାତାୟାତ କରୁଛି । ଅନ୍ୟ ଏକ ବସ ବୀରମହାରାଜପୁର ରୁ ମୂର୍ଷୁଣ୍ଢୀ ପଞ୍ଚାୟତ – ସୁବଳୟା ଦେଇ ଖଣ୍ଡହତା ପଞ୍ଚାୟତ କୁ ଯାତାୟତ କରୁଛି । ତେବେ ବ୍ଲକରେ କେବଳ କେନଝିରିଆପାଲି ପଞ୍ଚାୟତକୁ ଏହି ବସ୍ ଯାତାୟାତ କରୁ ନ ଥିବା ଉକ୍ତ ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି । କେନଝିରିଆପାଲି ପଞ୍ଚାୟତକୁ ପ୍ରତିଦିନ ଚାରିଥର ବସ୍ ଚଳାଚଳ କରିବା ପାଇଁ ରୁଟ ଚାର୍ଟରେ ଉଲ୍ଲେଖ ରହିଛି। ମାତ୍ର ଉକ୍ତ ସରକାରୀ ବସ୍ ଯାତାୟାତ କରୁନାହିଁ । ତେଣୁ ଏହି ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଦୁର୍ଜନତୈଲା ପଞ୍ଚାୟତରୁ ଦାଦରପାଲି-ମାଳିଦାଦର ମlହାରସାହି – ବଡ଼ମାଳ-କେଶଲଗା ଦେଇ କେନଝିରିଆପାଲି ପଞ୍ଚାୟତକୁ ଯାଇ ସେଠାରୁ କଦଳୀପାଲି ଛକ- ବାରଝୁଲା- ମେଣ୍ଡାମାଳ- ଅମୂଲ୍ୟମଣୀ ରାଣୀପୁର ଦେଇ ବୀରମହାରାଜପୁରକୁ ଏକ ନୂତନ ସରକାରୀ ବସ ଚଳାଚଳ କରିବାକୁ ଦାବି ହେଉଛି। ଏହି ରୁଟ୍ ଦେଇ ବସ ଚଳାଚଳ କଲେ ଦୁର୍ଜନତୈଲା ପଞ୍ଚାୟତ, ବହଳପଦର , କେନଝିରିଆପାଲି- ହିଲୁଙ୍ଗ ପଞ୍ଚାୟତର ପ୍ରାୟ ୫୦ରୁ ଅଧିକ ଗ୍ରାମବାସୀ ଉପକୃତ ହୋଇ ପାରିବେ। ଏବେ ବସ ଏହି ରୁଟ ଦେଇ ଯାଉ ନ ଥିବାରୁ ଉକ୍ତ ଅଂଚଳ ର ମହିଳା , ସ୍କୁଲ କଲେଜ ଛାତ୍ର ଛାତ୍ରୀ , ବ୍ୟବସାୟୀ ଓ ବୀରମହାରାଜପୁର ରେ ଥିବା ବ୍ଲକ , ତହସିଲ କାର୍ଯ୍ୟାଳୟ , ବ୍ୟାଙ୍କ, ଥାନା ଆଦି କାର୍ଯ୍ୟାଳୟ ଓ ବଜାର ଉପରେ ନିର୍ଭର କରୁଥିବା ଲୋକେ ଯାତାୟାତରେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଦୁର୍ଜନତୈଲା ପଞ୍ଚାୟତରୁ କେନଝିରିଆପାଲି- ମେଣ୍ଡାମାଳ ଦେଇ ଦେଇ ବୀରମହାରାଜପୁରକୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ କରିବାକୁ ସାଧାରଣରେ ଦାବି ହେଉଛି । ଏନେଇ ବିରମହରାଜପୁର OSRTC ବ୍ଲକ ସୁପରଭାଇଜର ଲିଳି ମହାନନ୍ଦ ଙ୍କୁ ପଚାରିବାରୁ ଏବେ ଗାଡି ନାଇଁ ଚଳିତ ମାସ ନୂତନ ଗାଡି ଆସିବାର ଅଛି ଗାଡି ଆସିଲେ ଚାଲିବ କହିଥିଲେ l ଉକ୍ତ ଅଞ୍ଚଳର ଏହି ସମସ୍ୟାକୁ ଦେଖି ତୁରନ୍ତ ମୁଖ୍ୟମନ୍ତ୍ରୀ ବସ ଚଳାଚଳ କରିବାକୁ ସାଧାରଣରେ ଦାବି ହେଉଛି ।