Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ : ଅନୁସୂଚିତ ଜନଜାତି ଛାତ୍ରୀ ଙ୍କ ଦ୍ଵାରା ବେଦ ପାଠ ରେ ପ୍ରକମ୍ପିତ ହେଲା ସହର

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ପରିସର ରେ ନବ ନିର୍ମିତ ପାର୍ଶ୍ଵ ଦେବା ଦେବୀ ଙ୍କ ନୂତନ ମନ୍ଦିର ନିର୍ମାଣ ସହ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ସମଗ୍ର ମନ୍ଦିର ପରିସର ସୁସଜିତ ହୋଇଥିବା ବେଳେ ଏହା ୫ ଦିନ ଧରି ଚାଲିବ । ଘୃତ ଯଜ୍ଞ ,ନାମ ଯଜ୍ଞ ,ଅନ୍ନ ଯଜ୍ଞ ,ଜ୍ଞାନ ଯଜ୍ଞ ସହ ଲକ୍ଷ୍ମୀ, ଗଣେଶ ,କାଶୀ ବିଶ୍ଵ ନାଥ ,ବିମଳା ,ରଘୁନାଥ ରାଧା କୃଷ୍ଠ ,ସୂର୍ଯ୍ୟ ଦେବା ଦେବୀ ମନ୍ଦିର ସହ ନୂତନ ବିଗ୍ରହ, ଯନ୍ତ୍ର ସହ ସିଂହ ଦ୍ଵାର ,ସ୍ନାନ ମଣ୍ଡପ ,ଯଜ୍ଞ ମଣ୍ଡପ, ଆନନ୍ଦ ବଜାର , କଲ୍ଯାଣ ମଣ୍ଡପ ଆଦି ପ୍ରତିଷ୍ଠା ହେବ। ପଣ୍ଡିତ ପୀତାମ୍ବର ରଥ ଶର୍ମା ଓ ପୁର୍ଣ୍ଣ ଚନ୍ଦ୍ର ଶତପଥି ଙ୍କ ଦ୍ଵାରା ଦୀକ୍ଷା ଗ୍ରହଣ ,ବନଯାଗ ଓ ଅଙ୍କୁରା ରୋପଣ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବେ ସନ୍ତୋଷ ପଣ୍ଡା ,ମଧୁସୂଦନ ଦାସ ,ଗୋପାଳ ପଣ୍ଡା ,ସିମାଞ୍ଚଳ ପଣ୍ଡା ସୁରେନ ଦାସ ,ବନମାଳୀ ପଣ୍ଡା ଦୀକ୍ଷା ଗ୍ରହଣ କରିଥିଲେ । ସନ୍ଧ୍ୟାରେ ବେଦ ପଥରେ ପ୍ରକମ୍ପିତ ହୋଇଥିଲା ସାରା ସହର l ଏଥିରେ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ର ଅନୂସୂଚିତ ଜନଜାତି ଅନ୍ତେବାସୀ ଛାତ୍ରୀ ମାନଙ୍କ ସହ ସ୍ଵାମୀ ଜୀବନ ଚୈତନ୍ୟ ପୁରୀ ,ଯୋଗୀ ସୁଧ ନାଥ ଓ ଗୁରୁମା ସନ୍ଧାରଣୀ ପାଣିଗ୍ରାହୀ ସମେତ ଆଶ୍ରମ ର ଗୁରମା ମାନେ ଭାଗ ନେଥିଲେ । ରବିବାର ଦିନ କଳସ ଯାତ୍ରା ରେ ହଜାର ହଜାର ମହିଳା ଯୋଗ ଦେବାକୁ ରହିଥିବା ବେଳେ ସନ୍ଧ୍ୟା ରେ ଚବିଶି ପ୍ରହାର ନାମ ଯଜ୍ଞ ଆରମ୍ଭ ହେବ । ସୋମବାର ଦିନ ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ବିଭୁତି ଜେନା ଏହି ଯଜ୍ଞ ରେ ଯୋଗଦେବେ । ୨୦ ତାରିଖ ବୁଧବାର ଦିନ ପୂର୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଟି.ଶ୍ରୀନିବାସ ରାଓ ଓ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ