Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : କଳସ ଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ଯୋଗଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ରବିବାର ଦ୍ଵିତୀୟ ଦିନ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହଶହ ମହିଳା ମୁଣ୍ଡରେ କଳସ ଧରି ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଖଡଗ ନଦୀ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ବହୁ ସାଧୁ ସନ୍ଥ ,ପଣ୍ଡିତ ଓ ସ୍ଥାନୀୟ ଜନ ସାଧରଣ ସାମିଲ ହୋଇଥିଲେ । ଖଡଗ ନଦୀ ନିକଟରେ ବନଯାଗ ,ଅଧିବାସ ହୋଇଥିବା ବେଳେ ଓ ଯଜ୍ଞ ମଣ୍ଡପ ରେ ଅଙ୍କୁର ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ କର୍ତ୍ତାଭାବେ ସନ୍ତୋଷ ପଣ୍ଡା, ମଧୁସୂଦନ ଦାସ, ଗୋପାଳ ପଣ୍ଡା, ସୀମାଞ୍ଚଳ ପଣ୍ଡା, ସୁରେନ ଦାସ ଓ ବନମାଳୀ ପଣ୍ଡା ପ୍ରମୁଖ ନଦୀ ନିକଟକୁ ଯାଇ ଗଙ୍ଗା ମାତାକୁ ସ୍ମରଣ କରି କଳସ ରେ ଜଳ ସଂଗ୍ରହ କରିଥିଲେ । ପୁରୋହିତ ଭାବେ ପଣ୍ଡିତ ପୀତାମ୍ବର ରଥଶର୍ମା , ପୂର୍ଣ୍ଣଚନ୍ଦ୍ର ଶତପଥୀ, ଦେବାଶିଷ ରଥ ,ଦେବୀ ପ୍ରସାଦ ରଥ , ରାମକୃଷ୍ଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ମନ୍ତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ପ୍ରତିଷ୍ଠିତ ସାଧୁ ସନ୍ଥ ସ୍ଵାମୀ ମୁକ୍ତା ନନ୍ଦ ମହାରାଜ ପୁରୀ ,ସୃତି ସାଗର ,ଯୋଗୀ ସାଧୁନାଥ , ଜଗଦା ନନ୍ଦ ଦାସ ସମେତ ବହୁ ସାଧୁ ସନ୍ଥ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ପ୍ରଦେଶ ଅଧକ୍ଷ ବିଶ୍ଵଜିତ ପାତ୍ର, ଧର୍ମ ଜାଗରଣ ସାମୁଖ୍ୟର ଅନ୍ତର୍ଯ୍ୟାମି ବେହେରା ,ଗାୟତ୍ରୀ ମନ୍ଦିର ସଭାପତି ପଦ୍ମନାଭ ପୃଷ୍ଟି ,ସୁରେନ୍ଦ୍ର ପାତ୍ର ,ରଞ୍ଜିତ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ । ପୂର୍ବାହ୍ନ ରେ ଚବିଶିପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ତ୍ରିବେଦୀ ପାର୍କ ନିକଟରେ ସାନ୍ଧୁ ସନ୍ଥ ମାନଙ୍କ ଦ୍ଵାରା ଜ୍ଞାନ ପ୍ରବଚନ ମାଧ୍ୟମରେ ଜ୍ଞାନ ଯଜ୍ଞ କରଯାଇଥିଲା । ମନ୍ଦିର ଟ୍ରଷ୍ଟ ବୋର୍ଡର ଟି.ଶ୍ରୀନିବାସ ରାଓ , ମଧୁସୂଦନ ଦାସ, ଲୋକନାଥ ପାଢୀ ଜୀବନାନନ୍ଦ ମହାରଣା ଓ ଲଲିତ ପାତ୍ର ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ