Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ ସାର ଓ କୀଟନାଶକ ଔଷଧ ର କଳାବଜାର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସାର ଓ କୀଟନାଶକ ଔଷଧ ବ୍ୟାପକ କଳାବଜାର ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଦିନଥିଲା ଏହି ଅଞ୍ଚଳରେ ଚାଷୀମାନେ ଆଗୁଆ ଚାଷକରି ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ପରିମାଣରେ ଧାନ ଓ ପନିପରିବାରେ ଉତ୍ପାଦନ କରୁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ ନକଲି ରାସାୟନିକ ସାର , କୀଟନାଶକ ଔଷଧ , ଭିଟାମିନ, ଇତ୍ୟାଦିର‌ ବ୍ୟବହାର ଫଳରେ ଧାନ ଓ ପନିପରିବା ଅମଳ କମି କମି ଯାଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ସେହିପରି ବିଭିନ୍ନ ସମୟରେ ନକଲି ସାମଗ୍ରୀକୁ ଅଧିକ ଦରରେ କିଣି ଚାଷୀ ତଳିତଳାନ୍ତ ହେଉଥିବା ଅଭିଯୋଗ ହୋଇଛି। କୃଷି ବିଭାଗ ପକ୍ଷରୁ ଆବଶ୍ୟକ ସଚେତନତା ସୃଷ୍ଟି ହେଉନଥିବା ଏବଂ ବେଆଇନ ନକଲି ଦୋକାନ ଗୁଡିକ ଉପରେ ଚଢ଼ାଉ କରାନଯାଇ ସେମାନଙ୍କ ପ୍ରତି ଅନୁକମ୍ପା ଦେଖାଉଥିବା ମଧ୍ୟ ଅଭିଯୋଗ ହେଉଛି।‌  ବିଭାଗୀୟ ଅବହେଳା ଯୋଗୁଁ ବୀରମହାରାଜପୁର , ସୁବଳୟା , ଖଣ୍ଡହତା , ମୃର୍ଷୁଣ୍ଢୀ ପ୍ରଭୁତି ସ୍ଥାନମାନଙ୍କରେ ଅଣଲାଇସନ୍ ପ୍ରାପ୍ତ ସାର, କୀଟନାଶକ ଔଷଧ ଦୋକାନ ଛତୁଫୁଟିଲା ଭଳି ଖୋଲିଛି।  ଏହି ଅଞ୍ଚଳରେ ବର୍ତ୍ତମାନ ଧାନଚାଷରେ ୟୁରିଆ ସାରର ଜରୁରୀ ଆବଶ୍ୟକତା ରହିଛି। ଧାନ ଫସଲ ରେ ପତ୍ରସଢା ରୋଗ ଓ ଚକଡା଼ ପୋକଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। କୃଷି ବିଭାଗ ତଥା ପ୍ରଶାସନ ତରଫରୁ ଅଞ୍ଚଳରେ ପଞ୍ଚାୟତସ୍ତରରେ ରିହାତି ଦରରେ ସାର ଓ କୀଟନାଶକ ଔଷଧ ଯୋଗାଇଦେବା ସହ ଅଣଲାଇସନ୍ସ‌ ପ୍ରାପ୍ତ ଦୋକାନ ଗୁଡିକ ଉପରେ ଚଢ଼ାଉ କରିବାକୁ ଚାଷୀ ମହଳରେ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ