Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫୁଲବାଣୀ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନକୁ ଜିଲ୍ଲା ସଭାପତି କିଶୋର ଚନ୍ଦ୍ର କହଁର, ଉପସଭାପତି, ସନ୍ତୋଷ କୁମାର ଦିଗାଲ ଓ ସଂଗଠନ ସମ୍ପାଦକ ବିଦେଶୀ କୁମାର ନାୟକ ପରିଚାଳନା କରିଥିଲେ। ଏହି ନିର୍ବାଚନରେ ସଭାପତି ଭାବରେ ଅନଙ୍ଗ କୁମାର ଦେହୁରୀ, ଉପସଭାପତି ଭାବରେ ବିରାଜିନୀ ମହାପାତ୍ର, ସୁଧାଂଶୁ କୁମାର ବେହେରା, ସାଧାରଣ ସମ୍ପାଦକ ଭାବରେ ସୁକାନ୍ତ କୁମାର ବେହେରା, ସଙ୍ଗଠନ ସମ୍ପାଦକ ଭାବରେ ବିଜୟାନନ୍ଦ ଦାଶ, ଅନୁପମା ଷଡଙ୍ଗୀ, ଅଚ୍ୟୁତ ନନ୍ଦ ଦାଶ, କୋଷାଧ୍ୟକ୍ଷ ଭାବରେ ଜନାର୍ଦ୍ଦନ ମିଶ୍ର ଓ କୋର୍ଡିନେଟର ଭାବରେ ଯକ୍ଷ ଚନ୍ଦ୍ର କହଁର ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ଫୁଲବାଣୀ ବ୍ଲକର ସମସ୍ତ ଏଲିମେଣ୍ଟାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା। ଶେଷରେ ଶିକ୍ଷକ ବସନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ