Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗୀଫୁଲ ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପଧାନ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସିଡିଏମଓ ପ୍ରଦୀପ କୁମାର ଗୁରୁ , ବୀରମହାରାଜପୁର ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା , ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂହ , ବଲାଙ୍ଗୀର ଜିଲ୍ଲା ଶିକ୍ଷା ନିରୀକ୍ଷକ ନରୋହରି ଜାନି ଓ ଏଡିଡବ୍ଲୁଓ ସଯୁକ୍ତା ମାଝୀ ପ୍ରମୁଖ ଯୋଗ ଦେଇ ଶିଶୁ ମହୋତ୍ସବ ଉପରେ ଆଲୋକପାତ କରିଥିଲେ । ଏହି ଶିଶୁ ମହୋତ୍ସବ ଅବସରରେ ବକୃତା , ସୃଜନଲିଖନ , ଚିତ୍ରାଙ୍କନ, କୁଇଜ, ଗୀତ , ଏକକ ନୃତ୍ୟ , ଦଳଗତ ନୃତ୍ୟ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଉଦଯାପନୀ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥିଭାବେ ଦୁର୍ଜନତୈଲା ସରପଞ୍ଚ ବିଷ୍ଣୁପ୍ରିୟା କୁମ୍ଭାର , ବିଦ୍ୟାଳୟ କମିଟି ସଭାପତି ପ୍ରଭାତି ବଗର୍ତ୍ତି , ଚମ୍ପାମାଳ ସମିତିସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ , ବୀରମହାରାଜପୁର ଡବ୍ଲୁଇଓ ସୈରଭ ଦାନୀ , ଡୁଙ୍ଗୁରିପାଲି ଡବ୍ଲୁଇଓ ଦେବଯାନୀ ବେହେରା , ତରଭା ଡବ୍ଲୁଇଓ ସଲମାନ ମାଝୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ କୁ ପୁରସ୍କୃତ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସୁଯୋଗ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ