କମ୍ବି ବେଳେ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ, ବନ୍ଧୁକ ସହ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ


ଛତିଶଗଡ଼: ସୀମାରେ ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା । ନକ୍ସଲ କ୍ୟାମ୍ପ ଠାବ ସହ ବନ୍ଧୁକ ଓ ଅନ୍ୟ ନକ୍ସଲ ସାମଗ୍ରୀ ଜବତ କରାଯାଇଛି ।

ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ ଥାନା ଅମାଡ଼ ଜଙ୍ଗଲରେ ନକ୍ସଲ ଥିବା ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ । ପରେ ଛତିଶଗଡ଼ ପୋଲିସର ଡିଆରଜି, କୋବ୍ରା ୨୦୭ ବାଟାଲିୟନ, ସିଆରପିଏଫ ୨୧୧ ଓ ୬୫ ବାଟାଲିୟନ ସହ ଓଡ଼ିଶାର ନୂଆପଡା ଓ ନବରଙ୍ଗପୁର ପୋଲିସର ଏସଓଜିର ଏକ ମିଳିତ ବାହିନୀ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ ।

ଗତକାଲି ଛତିଶଗଡ଼ରୁ ନଦୀ ପାରି ହୋଇ ଓଡ଼ିଶା ସୀମାକୁ ପଶୁଥିବା ବେଳେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଲକାନଗିରି ଏମଭି-୭୯ ଜିନେଲଗୁଡ଼ା ନିକଟରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ବେଳେ ଜଣେ ଡିଭିଏଫ୍ କମାଣ୍ଡୋ ଆହତ ହୋଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା । ପର  ନକ୍ସଲମାନେ ଛତ୍ରଭଙ୍ଗ ଦେଇ କ୍ୟାମ୍ପ ଛାଡି ପଳାଇଥିଲେ ।