Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ଡାଇଲିସିସ ସେଣ୍ଟର ପାଇଁ ବରିଷ୍ଠ ନାଗରିକ ସଂଗଠନ ର ଦାବି

ବୀରମହାରାଜପୁର (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଏକ ଅବହେଳିତ ଉପଖଣ୍ଡ ଭାବରେ ସର୍ବଦା ପରିଚିତ । ୧୯୮୭ ମସିହା ଠାରୁ ଉପଖଣ୍ଡ ମାନ୍ୟତା ପାଇଲା ପରେ ମଧ୍ୟ ଏଠାରେ ସାଧାରଣ ସ୍ବାସ୍ଥ୍ୟ ସୁବିଧା ପାଇବାପାଇଁ ଜନ ସାଧାରଣ ବଞ୍ଚିତ ହେଉଛନ୍ତି। ତିରିଶ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଥିଲେ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି । ବିଶେଷ କରି ଉପଖଣ୍ଡିୟ ଡାକ୍ତରଖାନା ମାନ୍ୟତା ପାଇ ମଧ୍ୟ ଡାଇଲିସିସ୍ ସେଣ୍ଟର ନ ଥିବାରୁ କିଡ୍‌ନି ଆକ୍ରାନ୍ତ ରୋଗୀଙ୍କୁ ସୋନପୁର କିମ୍ବା ରେଢ଼ାଖୋଲ ଯିବାକୁ ପଡୁଛି। ବୀରମହାରାଜପୁର ଠାରେ ଏକ ଡାଇଲିସିସ୍ ସେଣ୍ଟର ଖୋଲିବାକୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ବରିଷ୍ଠ ନାଗରିକ ସଂଗଠନ ତରଫରୁ ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଥିଲା । ଗତ ୧୦।୦୭।୨୪ରେ ବୀରମହାରାଜପୁର ବିଧାୟକ, ବଲାଙ୍ଗୀର ସାଂସଦ ତଥା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ଅବସରରେ ସଂଘ ତରଫରୁ ଏହି ଦାବୀପତ୍ର ପ୍ରଦାନ କରା ଯାଇଛି। ପ୍ରକାଶ ଥାଉକି ଓଡ଼ିଶାରେ ନୂତନ ସରକାର ଗଠନ ହେବାପରେ ଏକ ବିଜ୍ଞପ୍ତିରେ ଗାଁରେ ଥିବା ସରକାରୀ ହସ୍ପିଟାଲରେ ମିଳିବ ଏମଆର ଆଇ ଓ ସିଟି ସ୍କାନ ଭଳି ସେବା ବୋଲି ଘୋଷଣା କରିଛନ୍ତି। ସାଧାରଣ ଲୋକ କିଭଳି ଦୂରଦୂରାନ୍ତକୁ ନଯାଇ ସ୍ଥାନୀୟ ଅଂଚଳରେ, ସରକାରୀ ଡାକ୍ତରଖାନାରେ ଡାଇଲିସିସ ଏବଂ ସିଟି ସ୍କାନ ଭଳି ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ, ସିଟି ସ୍କାନ ଓ ଏମଆରଆଇ ଭଳି ପରୀକ୍ଷା ସୁବିଧା ଉପଲବ୍ଧ ହେବ । ସରକାରୀ ଏବଂ ବେସରକାରୀ ସହଭାଗୀତାରେ ଏହି ସେବା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ସୁବିଧା ସବୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବରିଷ୍ଠ ନାଗରିକ ସଂଗଠନର ପ୍ରସ୍ତାବରେ ଅଗ୍ରାଧିକାର ଦିଆଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟି ଉଚ୍ଚତର ପଦାଧିକାରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବାକୁ ସ୍ଥିର କରାଯାଇଛି l ଆଜି ସଂଗଠନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କରେ ପ୍ରସ୍ତାବ ଗ୍ରହଣ ଗ୍ରହଣ କରାଯାଇଛି l ବୈଠକରେ ପୂର୍ବତନ ସଂଘ ସଭାପତି ଭଗବାନ ମିଶ୍ର , ବରିଷ୍ଠ ସଭ୍ୟ ଗୋପିନାଥ ମହାକୁର , ଦିଲ୍ଲିପ କୁମାର ତ୍ରିପାଠୀ , ବାସୁଦେବ ପଣ୍ଡା , ସନ୍ତୋଷ କୁମାର ଷଡଙ୍ଗୀ , ନାରାୟଣ ପ୍ରସାଦ ନାୟକ , ଅକ୍ଷୟ କୁମାର ମିଶ୍ର , ରାମ କୃଷ୍ଣ ହୋତା , ଦୟାନିଧି ହୋତା , ଡ. ଦ୍ଵିତିକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ