Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁରଶୁଣ୍ଢୀ ରେ ସି ଆର ପି ଓ ଅଗ୍ରଣୀ ଚାଷିଙ୍କ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୃଷୁଣ୍ଢି ଗ୍ରାମପଞ୍ଚାୟତ ବୈଠକ ଗୃହ ରେ କମ୍ୟୁନିଟି ରିସୋର୍ସପର୍ଶନ (ସି.ଆର.ପି) ଓ ଅଗ୍ରଣୀ ଚାଷୀ ମାନଙ୍କର ଦୁଇଦିନିଆଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଗ୍ଲୋବାଲଗ୍ରିନ ର ସଂଯୋଜକ ବିଶ୍ଵେଷ କୁମାର ଶତପଥି ଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ କୃଷି ଅଧିକାରୀ ଯଶୋବନ୍ତ ପଧାନ , ଚାଷୀ ବନ୍ଧୁ ଏଗ୍ରିକଲ୍‌ଚର ପ୍ରଡ୍ୟୁସର କଂପାନୀ ଲିମିଟେଡ଼ ର ସି .ଇ.ଓ ସୁଧାଂଶୁ ଶେଖର ନାଗ ଉପସ୍ଥିତ ରହି ମାଣ୍ଡିଆ ଚାଷ ସଂପର୍କିତ ମଞ୍ଜି ଚୟନ , ମଞ୍ଜି ଉପଚାର , ରୋଗପୋକ ପରିଚାଳନା ଶୋଷକ କୀଟ ଓ ଖାଇବା ପୋକର ପରିଚିଳନା ଅମଳ ପ୍ରକ୍ରିୟା ଓ ବିକ୍ରିବଟା ଉପରେ ବିସ୍ତୃତ ଆଲୋଚନା କରିଥିଲେ l ଅଞ୍ଚଳ ରେ ଥିବା ବିଭିନ୍ନ ପ୍ରକାରର ମାଣ୍ଡିଆ , ବାଜରା ଓ ସରଗମ ଚାଷ ଉପରେ ଅଧିକ ସଚେତନତା କରିଥିଲେ । ଏହି ଅଂଚଳର ଚାଷୀ ମାନଙ୍କ ପାଇଁ କାର୍ଯ୍ୟକରୁଥିବା ଦୁଇଟି ଅନୁଷ୍ଠାନ ଗ୍ଳୋବାଲଗ୍ରିନ ଓ ଚାଷୀବନ୍ଧୁ ଏଗ୍ରିକଲଚର ପ୍ରଡ୍ୟୁସର କଂପାନୀ ଲିମିଟେଡ଼ ଙ୍କର ମେଣ୍ଡିଲିପାଲି ଓ ମଶିଣାପାଲି ରେ ଥିବା କମୁନିଟି ହାଏରିଂ ସେଣ୍ଟର ରୁ ବିଭିନ୍ନ ଚାଷ ସରଞ୍ଜାମ ଅଳ୍ପ ଭଡାରେ ପାଇ ପାରିବେ ଓ କମ୍ୟୁନିଟି ସିଡ୍ ସେଣ୍ଟର କରଘାଟ ରୁ ମାଣ୍ଡିଆ ବାଜରା ଓ ସରଗମ ମଞ୍ଜି ଚାଷ ପାଇଁ ପାଇପାରିବେ । ଏହି କାର୍ଯ୍ୟକ୍ରମ ରେ ସି ଆର୍ ପି ଭୈରବ ସାହୁ , ପ୍ରେମାନନ୍ଦ ନାଏକ , ମାନସ ନନ୍ଦ , ଖଗେଶ୍ଵର ପଧାନ , ପ୍ରଦୀପ ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ରୁପାଞ୍ଜଳି କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।