କୁଶାଦାଦର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷl ଓ ଗବେଷଣା କେନ୍ଦ୍ର ରେ ବିଜ୍ଞାନ ମେଳା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ବ୍ଲକ ଖଣ୍ଡହତା ପଂଚାୟତ କୁଶାଦାଦରରେ ‘ଆମେ ବି ବୈଜ୍ଞାନିକ ହୋଇପାରିବୁ’ ଭାବନାକୁ ନେଇ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ମାତୃପଲ୍ଲୀର କୁନି କୁନି ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ବିଜ୍ଞାନ ମେଳା ର ଆୟୋଜିତ ହୋଇଯାଇଛି । ଏଥିରେ ‘ଆମେବି ବୈଜ୍ଞାନିକ ହୋଇପାରିବୁ’ ଭାବନାକୁ ନେଇ ଅନୁଷ୍ଠାନ ର ଛାତ୍ର/ଛାତ୍ରୀମାନେ ଉତ୍ସାହ ର ସହିତ ବିଭିନ୍ନ ପ୍ରକଳ୍ପ ର ପ୍ରଦର୍ଶନ ସହ ସେଗୁଡ଼ିକର ସମାଜ ପ୍ରତି ଥିବା ମହତ୍ ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅଞ୍ଚଳର ସମାଜ ସେବୀ ପ୍ରମୋଦ କୁମାର ସାହୁ ଯୋଗ ଦେଇ ଛାତ୍ର/ଛାତ୍ରୀଙ୍କୁ ବିଜ୍ଞାନ ଓ ଏହାର ଉପାଦେୟତା ଦିଗରେ ଉତ୍ସାହିତ କରିଥିଲେ । ୪୦ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା । ଉତ୍ସବଟିର ସଫଳ ରୂପାୟନ ପାଇଁ ଅନୁଷ୍ଠାନର ବିଜ୍ଞାନ ଶିକ୍ଷୟିତ୍ରୀ ବିସ୍ମିତା ପ୍ରଧାନ , ଖେଳ ଶିକ୍ଷକ ବିଶ୍ଵଜିତ୍ ସାହୁ , ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।