ମୂର୍ଷୁଣ୍ଢୀ ହାଇସ୍କୁଲ ରେ ଶିକ୍ଷକ, ଅବିଭାବକ ଓ ପରିଚାଳନା କମିଟି ର ମିଳିତ ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁରଶୁଣ୍ଢୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ମିଳିତ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ସଭାପତିତ୍ୱ କରିଥିଲେ । ଏକକ ଛାତ୍ର ପରିଚୟ ପତ୍ର (ଅପାର )ର ଗୁରୁତ୍ୱ ବିଷୟରେ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ଅବଗତ କରାଇଥିଲେ.। ସହକାରୀ ଶିକ୍ଷକ ଶ୍ରୀଧର ମହାନନ୍ଦ, ଶିକ୍ଷୟିତ୍ରୀ ସଂଗୀତା ପଧାନ ନିଜ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ କୁ ନୀଳାମ୍ବର ମେହେର ପରିଚାଳନା କରିଥିବାବେଳେ ବିଶ୍ୱେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଶିକ୍ଷକ ଓ କର୍ମଚାରୀ ଉକ୍ତ ବୈଠକ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସେହିପରି କେନଝିରିଆପାଳି କ୍ଳଷ୍ଟର ର ଅଧୀନରେ ଥିବା ୮ଟି ବିଦ୍ୟାଳୟ ରେ ସମସ୍ତ ପ୍ରଧାନ ଶିକ୍ଷକ ଙ୍କ ସଭାପତି ତ୍ୱ ରେ ପିତାମାତା , ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି ।