ଜାତୀୟ ଗୋପାଳ ରତ୍ନ ସମାନ ପ୍ରାପ୍ତ ଭାସ୍କର ପଧାନ ଙ୍କୁ ଉଫୁଳା ପଞ୍ଚାୟତ ରେ ନାଗରିକ ସମ୍ବର୍ଦ୍ଧନା


ବୀରମହାରାଜ ପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ସଭା ଗୃହରେ ଆଜି ଜାତୀୟ ଗୋପାଳ ରତ୍ନ ସମ୍ମାନ ପ୍ରାପ୍ତ ଆର୍ଟିଫିସିଆଲ ଇନ ସେମିନେସନ ଟେକନିସିଆନ (ଏ ଆଇ ଏଫ ) ଭାସ୍କର ପଧାନ (ଯଦୁ )ଙ୍କୁ ନାଗରିକ ସମ୍ବର୍ଦ୍ଧନା ଅବସରରେ ସରପଞ୍ଚ ଶ୍ରୀୟା କର୍ମୀ ଫୁଲତୋଡ଼ା ଓ ଉପଢୋଉକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସମ୍ବର୍ଦ୍ଧନା ସଭାରେ ନାଏବ ସରପଞ୍ଚ କମଳିନୀ ମହାପାତ୍ର , ୱାର୍ଡ ମେମ୍ବର ଧରିତ୍ରୀ ବାଘ , ମିନତୀ ଭୋଇ , ସୁଦାମ ଭୁଇ , ଘାସିରାମ ବାଦୀ ସମେତ ଗ୍ରାମ ପଂଚାୟତ ସ୍ତରୀୟ ଫେଡେରେସନ କାର୍ଯ୍ୟ କର୍ତ୍ତା , ସ୍ୱୟଂ ସହାୟକ ଗୋଷ୍ଠି , ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ସାହୁ , ଗ୍ରାମ ପଂଚାୟତ ଶତାଧିକ ଗୋପାଳକ ଓ ପଂଚାୟତ କର୍ମଚାରୀ ଉପସ୍ଥିତ ଥିଲେ l କେନ୍ଦ୍ର ସରକାର ଙ୍କ ଦ୍ୱାରା ଜାତୀୟ ଗୋପାଳ ରତ୍ନ ପୁରସ୍କାର ରେ ସମ୍ମାନିତ ଭାସ୍କର ପଧାନ (ଯଦୁ ) ନିଜ କର୍ମ ଭୂମି ରେ 13 ବର୍ଷ ଗୋ ବଂଶ ବୃଦ୍ଧି 10 ହଜାର ରୁ ଅଧିକ ଗିର , ରେଡ ସିନ୍ଧି, ସାହି ୱାଲ . ଜର୍ଶୀ , ହଲିଷ୍ଠନ ପ୍ରଜାତି ବାଛୁରୀ କୃତ୍ରିମ ପ୍ରଜନନ ମାଧ୍ୟମରେ ସୃଷ୍ଟି କରିଥିବା ଓ ସେକ୍ସ ସର୍ଟେଟ ସିମେନ ଯୋଗାଇ 25000 ମାଈ ବାଛୁରୀ ସୃଷ୍ଟିକରି ତୃତୀୟ ଥର ଓଡିଶା ନାମ ରାଜଧାନୀ ଦିଲ୍ଲୀ ରେ କେନ୍ଦ୍ର ସରକାର ଙ୍କ ଦ୍ୱାରା ସମ୍ମାନିତ ହୋଇ ଥିବାରୁ ଉପସ୍ଥିତ ଗୋପାଳକ ପ୍ରଶଂଶା କରିଥିଲେ l ଶେଷରେ ପି ଇ ଓ ଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l