କୁଞ୍ଜାମହୁଲ ରେ ଠିକାଦାର ଙ୍କ ସରକାରୀ ଅର୍ଥ ର ମନୋମୁଖୀ କାର୍ଯ୍ୟ କୁ ଅଙ୍କୁଶ ଲଗାଇଲେ ଜିଲ୍ଲାପାଳ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ପିତାମହୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଞ୍ଜାମହୁଲଠାରେ ଠିକାଦାର ମାନଙ୍କ ପୋଷଣ ନୀତି ଉପରେ ଅଙ୍କୁଶ ଲଗାଇଲେ ଜିଲ୍ଲାପାଳ ା ସୂଚନା ଅନୁସାରେ ବୀରମହାରାଜପୁର ପଞ୍ଚାୟତ ସମିତି ପିତାମହୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଞ୍ଜାମହୁଲ ଗ୍ରାମରେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ହରିଲୁଟ କରିବାର ଅପପ୍ରୟାସ ଚଳେଇଥିଲେ କିଛି ଅସାଧୁ ଠିକାଦାର l ଉପାନ୍ତ ଅଞ୍ଚଳ କୁଞ୍ଜାମହୁଲଠାରେ ସେଇଠି ଚାଲିଥିଲା ପାହାଡ଼ ଉପରେ ଲକ୍ଷାଧିକ ଟଙ୍କାର ଖେଳପଡ଼ିଆ ଏବଂ ଗମନାଗମନର କୋଣସି ସୁବିଧା ନଥିବା ଗୋଟିଏ ସ୍ଥାନରେ ଲକ୍ଷାଧିକ ଟଙ୍କାର ଯାତ୍ରୀବିଶ୍ରାମଗାର ା ଜିଲ୍ଲାପାଳ କୌଣସି ସୁତ୍ରରୁ ଖବର ପାଇ ତୁହାକୁ ତୁହା ତ୍ୱରିତ ସରଜମିନ ତଦନ୍ତ ପାଇଁ ପହଞ୍ଚି ପଡ଼ିଥିଲେ ପ୍ରଶାସନିକ ଅଧିକାରୀ ା ସରଜମିନ ତଦନ୍ତ ପରେ ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଉପରେ ରୋକ ଲଗେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି l ପ୍ରଶାସନିକ ଅଧିକାରୀ ଆଗକୁ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ହେଉଥିବା ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଉପରେ ଅଙ୍କୁଶ ଲଗେଇବାକୁ ଅଞ୍ଚଳବାସୀ ଅଭିଯୋଗ କରଛନ୍ତି l