Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋ ପାର୍ଟ୍ସ ଦୋକାନ ନାଁରେ ଚାଲିଥିଲା ନକଲି ଚା’ କାରଖାନା, ଜଣାପଡ଼ିବା ପରେ…

ଜଳେଶ୍ବର: ଆଗରେ ଲାଗିଛି ଅଟୋ ପାର୍ଟ୍ସ ଦୋକାନ ସାଇନ ବୋର୍ଡ । ହେଲେ ଭିତରେ ଚାଲିଥିଲା ନକଲି ଚା’ କାରଖାନା । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ପୋଲିସ ସହାୟତାରେ ଏହି କାରଖାନାରେ ଚଢ଼ାଉ କରିଛି ଏକ ଟିମ୍ । ବାଲେଶ୍ୱର ଅଗ୍ରୱାଲା ଛକ ନିକଟରେ ଥିବା ନକଲି ଚା’ ପ୍ୟାକେଜିଂ କାରଖାନାରେ ହୋଇଛି ଏହି ଚଢ଼ାଉ । ଚଢ଼ାଉ ବେଳେ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା’ କମ୍ପାନୀର ଲୋଗୋ ଥିବା ପ୍ୟାକେଟ ଜବତ କରିଛି ପୋଲିସ ।

ଅଗ୍ରୱାଲା ଛକ ନିକଟରେ ଥିବା ଚା’ ପ୍ୟାକେଜିଂ କାରଖାନାଟି ବଜାରରୁ ଶସ୍ତା ଦାମରେ ଚା’ କ୍ରୟ କରି ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ଚା’ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଟାଟା ଟି କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ଜଳେଶ୍ୱର ପୋଲିସ ସହାୟତାରେ ଚଢାଉ କରିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories