ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଭାଲିଆପଦର ଖେଳପଡିଆ ଠାରେ ୧୧ ତମ ମାଁ ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଝାରକୁମୁଣ୍ଡା ଓ ନୁଆଁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଝାରକୁମୁଣ୍ଡା ଦଳ ବିଜୟୀ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟ କେନ୍ଦୁପାଲି ଓ ବଡ଼ଖମାର ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ବଡ଼ଖମାର ଦଳ ସାମୁହିକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା । କ୍ୱାଟର ଫାଇନାଲରେ ବଡଖମାର ଓ ଝାରକୁମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିପୁଲ ରନ୍ ସଂଗ୍ରହ କରି ବଡ଼ଖମାର ଦଳ ସେମିଫାଇନାଲ କୁ ପ୍ରବେଶ କରିଥିଲା । ଉଦଘାଟନ ଉତ୍ସବର ସମାଜସେବୀ ନିରୋଦ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ରାଜେଶ ମିଶ୍ର , ବିଜୟ ପ୍ରଧାନ , ରବି କର୍ଣ୍ଣ , ବାସୁଦେବ ହୋତା ଓ ପିତବାସ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ କରିଥିଲେ। ରାଜକୁମାର କର୍ଣ୍ଣ ଓ ଅରବିନ୍ଦ ଦେହୁରୀ ଖେଳ ପରିଚାଳନା କରିଥିଲେ । ଧୁମକେତୁ ମେହେର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ରାହୁଲ ଚାନ୍ଦ ସ୍କୋର ଦାଇତ୍ୱ ନିର୍ବାହ କରିଥିଲେ । କମିଟି ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।
ଭାଲିଆପଦର ଖେଳ ପଡିଆରେ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ବଡ ଖମାର ଦଳ ସେମିଫାଇନାଲ କୁ ଉନ୍ନିତ
