Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଠିପଦର ରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଥିଲେ ସୁଦ୍ଧା ପାଣିପାଇ ପାରୁନାହାନ୍ତି ଗ୍ରାମବାସୀ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବୁଠିପଦର ରେ ବସୁଧା ଯୋଜନାରେ 35 ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହୋଇଛି ପାନୀୟଜଳ ଯୋଗାଣ ପ୍ରକଳ୍ପ l ଗ୍ରାମବାସୀ ଙ୍କୁ ପାନୀୟଜଳ ଯୋଗାଣ ପାଇଁ 20 ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ ଟ୍ୟାଙ୍କ୍ ସହ ସମସ୍ତ ଗ୍ରାମକୁ ପାଇପ୍ ଲାଇନ ଯାଇଛି I ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ବି ରହିଥିବା ବେଳେ ପାଣି ଆସୁ ନ ଥିବାରୁ ଅନେକ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗି ଗଲାଣି l ପ୍ରକଳ୍ପ ନିର୍ମାଣ ର କିଛିଦିନ ଚାଲିବା ପରେ ବନ୍ଦ ହୋଇଯାଇଛି l ଫଳରେ ଗ୍ରାମବାସୀ ପିଇବା ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି l ଯଥାଶୀଘ୍ର ପାଣି ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ଗ୍ରାମବାସୀ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ